ଦୁଃଖ ଦୁଦର୍ଷା ପାଇଁ ଚେନ୍ନାଇ ଗଲେ ରୋଜଗାର ପାଇଁ ଶବ ହେଇ ଫେରିଲେ

ଶୋକରେ ବୁଡିଲା ପୁରା ଗାଁ । ଝିଅ ଫୁଲମଣି ଜୁଆଙ୍ଗର ଶବ ଘରକୁ ଫେରିବା ପରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୋଡ଼ିପଷା ଗାଁରେ ଘର ପରିବାର ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପ୍ରଥମେ ବାପା ଚାଲିଗଲେ । ଦୁଇ ଭଉଣୀଙ୍କ ବିବାହ ପରେ ଘର ଚଳିବା କଷ୍ଟକର ହୋଇ ପଡ଼ିଲା । ଶେଷରେ ନିଜେ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଲେ ଫୁଲମଣି । କମ୍ପାନୀରେ କାମ କରିବାକୁ ସୁଦୂର ଚେନ୍ନାଇ ଗଲେ । ହେଲେ, ମାତ୍ର ୩ ମାସ ପରେ ଶବ ହୋଇ ଫେରିଲେ । ଆଶା ଥିଲା ରୋଜଗାର କରି ପରିବାରର ଦୁଃଖ ଦୂର କରିବେ । ହେଲେ ସେଦିନ ଥିଲା କାଳ ରବିବାର । କମ୍ପାନୀ ଛୁଟି ଥିଲା । ଘରେ ସମସ୍ତେ ଶୋଇଥିଲେ । ଏହି ସମୟରେ ଏକ ବଡ଼ ଦୁର୍ଘଟଣା ଘଟି କମ୍ପାନୀର କୁଲିଂ ପ୍ଲାଣ୍ଟ ରୁ ଆମୋନିଆ ଗ୍ୟାସ୍ ନିର୍ଗତ ହେଲା । ଏଥିରେ ଅଣନିଶ୍ଵାସୀ ହୋଇ କେନ୍ଦୁଝର ଜିଲ୍ଲାର ୭ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା ୫ଜଣ ମହିଳା ଶ୍ରମିକଙ୍କର ଶବ ଘରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଘଟିଥିବା ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ, ଏମାନଙ୍କୁ ସରକାର ସହାୟତା ଦାବି ହୋଇଛି ।