ଗଞ୍ଜାମ ଜିଲ୍ଲା ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମିଳନୀ।

କେନ୍ଦ୍ରରେ ୧୨ ବର୍ଷ ଏବଂ ରାଜ୍ୟରେ ୨ ବର୍ଷ ବିଶ୍ବାସର ବିକାଶ ….

ପୋଲସରା: କେନ୍ଦ୍ରରେ ୧୨ ବର୍ଷ ଏବଂ ରାଜ୍ୟରେ ୨ ବର୍ଷ ବିଶ୍ବାସର ବିକାଶ ଜନ କଲ୍ୟାଣର ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମିଳନୀ ଭଞ୍ଜନଗର ସାଂଗଠନିକ ଜିଲ୍ଲା ଗଞ୍ଜାମ ପୋଲସରା ବିଧାନସଭା ତରଫରୁ ପୋଲସରା ପୌରାଞ୍ଚଳ ରାଣୀପଡା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ଯୋଗଦେଇଥିଲାବେଳେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ଅଞ୍ଚଳର ବିକାଶ ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଥିଲେ। ଅଞ୍ଚଳର ବିଭିନ୍ନ ସମସ୍ୟା ଓ ନୂତନ ଉନ୍ନୟନ କାର୍ଯ୍ୟ ବିଷୟରେ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ପ୍ରସ୍ତାବ ଆଗତ ହୋଇଥିଲା। ବୁଦ୍ଧିଜୀବୀ ଠାରୁ ସମସ୍ତ ପ୍ରସ୍ତାବ ଗ୍ରହଣ କରି କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ସିମାଞ୍ଚଳ ସାହୁ, ଯୁବ ବିଜେପି ନେତା ଦୀପକ କୁମାର ପ୍ରଧାନ, ପ୍ରଭାକର ପଣ୍ଡା, ପୂର୍ବତନ ଏନଏସି ଅଧକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ନଗର ବିଜେପି ସଭାପତି ରାମକୃଷ୍ଣ ପ୍ରଧାନ, ପ୍ରଭାରୀ ପ୍ରସନ୍ନ କୁମାର ଡାକୁଆ,ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ଜେନା, ନୀଳମାଧଵ ସାହୁ,ଦୀପକ ପୋଲାଈ, ମନୋଜ କୁମାର ଖଟୁଆ ଙ୍କ ସମେତ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ରଘୁନାଥ ପଣ୍ଡା ସଂଯୋଜନା କରିଥିବା ବେଳେ ରାଧାଶ୍ୟାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ