ଗଞ୍ଜାମ ଜିଲ୍ଲା ଭତ୍ତା, ରାସନ୍ କାର୍ଡ,ଗୃହ ବଣ୍ଟନ ସହିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ମନ୍ତ୍ରୀ
ପୋଲସରା ବ୍ଲକ ନିକଟ ମାତୃଶକ୍ତି କଲ୍ୟାଣ ମଣ୍ଡପରେ …
ପୋଲସରା: ପୋଲସରା ବ୍ଲକ ନିକଟ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଗୁରୁବାର ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ୨ ବର୍ଷର ଉପଲବ୍ଧି କୁ ନେଇ ୨ ବର୍ଷର ବିକାଶ ୨ଗୁଣା ବୋଲି ଦୃଢୋକ୍ତିର କହିବା ସହିତ ୨୪ ବର୍ଷ ର ସରକାରକୁ ତାଛଲ୍ୟ କରି କହିଥିଲେ। ଆମ ଡବଲ ଇଂଜିନ ସରକାର ଦୁଇ ବର୍ଷରେ ଅନେକ ବିକାଶ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୋଲସରା ବ୍ଲକରେ ମୋଟ ୧୦ ହଜାର ହିତାଧିକାରୀ ଗୃହ ପାଇଁ ଆବେଦନ କରିଥିଲେ। ସେଥି ମଧ୍ୟରୁ ୭ ହଜାର ହିତାଧିକାରୀ ଙ୍କୁ ଗୃହ ଯୋଗାଇ ଦିଆଯାଇଛି। ୭୫୨୮ ହିତାଧିକାରୀ ଙ୍କୁ ନୂତନ ରାସନକାର୍ଡ ଦିଆଯାଇଛି।
ସେମାନଙ୍କୁ ବର୍ତମାନ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ଆଉ ଅଧିକା ୫ କେଜି ଚାଉଳ ଦିଆଯିବ।ପୂର୍ବରୁ ୫କେଜି ମିଳୁଥୁଲା ବର୍ତ୍ତମାନ ୧୦କିଲୋ ଲେଖାଏଁ ଦିଆଯିବ। ପୂର୍ବରୁ ୨ହଜାର ଲୋକଙ୍କୁ ଭତା ପ୍ରଦାନ କରାଯାଇଥିଲା। ଆଜି ନୂତନ ଭାବେ ୧୯୪ ଜନ ହିତାଧିକାରୀ ଙ୍କୁ ଭତା ପ୍ରଦାନ କରାଯାଇଥିଲା। ୮୫କିଲୋମିଟର ର ଗ୍ରାମ୍ୟ ଉର୍ଣ୍ଣୟନ ରାସ୍ତା ନିର୍ମାଣ କରିଛୁ। ଓଡ଼ିଶାରେ ୮ହଜାର ଲୋକଙ୍କୁ ବିଭିନ୍ନ ଯୋଜନାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାଉଦ୍ୟୋଗୀ ମାନଙ୍କୁ ୧୫କୋଟିରୁ ଉର୍ଦ୍ଧ୍ଵ ସବସିଡି ପ୍ରଦାନ କରାଯାଇଛି।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ୪କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୩ ହଜାର ଚାଷୀଙ୍କୁ ପିଏମ କିସାନ ଓ ସିଏମ କିସାନ ଯୋଜନାରେ ସାମିଲ କରି ୨ବର୍ଷରେ ୪୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥି ସହିତ ଆଜି ବହୁ ହିତାଧିକାରୀ ଙ୍କୁ ରାସନ କାର୍ଡ, ଭତା, ଆବାସ ଯୋଜନାରେ ଘର, ଏବଂ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଓପିଏସସି ହାସଲ କାରି କସ୍ତୁରୀ ଅଚାରୀଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀଗୋକୁଳାନନ୍ଦ ମଲ୍ଲିକ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ବିଡ଼ିଓ ଶଶିଭୂଷଣ ମହାପାତ୍ର,ସାଂସଦ ପ୍ରତିନିଧି ଶରତ ପାଣିଗ୍ରାହୀ, ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ, ସିଡିପିଓ ତିଲୋତମା ରାଉତ, ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା କସ୍ତୁରୀ ଆଚାରୀ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଏହାସହିତ ବର୍ତ୍ତିନିରେ ସ୍ବାସ୍ଥ୍ୟକେନ୍ଦ୍ର, ଶ୍ରେଣୀ ଗୃହ, ନୂତନ ପଞ୍ଚାୟତ ଗୃହ, ଗଞ୍ଜାମ ଲକ୍ଷ ନିକେତନ ପାଠାଗାର ଓ ଝିଟିକାବାଡିରେ ଯାତ୍ରୀ ବିଶ୍ରାମଗାର ମନ୍ତ୍ରୀ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଥିବା ବେଳେ କୁଆଁ ନନ୍ଦ ଗ୍ରାମରେ ଲୋକଙ୍କ ଅଭିଯୋଗ ଶୁଣାଣୀ ଶିବିର ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଲୋକଙ୍କ ଅଭିଯୋଗ ଗ୍ରହଣ କରି ଯଥାଶୀଘ୍ର ତାହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ