ଗଞ୍ଜାମ ଜିଲ୍ଲା “ବିକାଶର ଧାରା ଓଡିଶା ସାରା”କାର୍ଯ୍ୟକ୍ରମ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଶୁଭାରମ୍ଭ ଓ କସ୍ତୁରୀଙ୍କୁ ସମ୍ବର୍ଦ୍ଧନା।

ଗଞ୍ଜାମ ଜିଲ୍ଲା ପୋଲସରା ମ୍ୟୁନସିପାଲିଟ ପକ୍ଷରୁ …

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ମ୍ୟୁନସିପାଲିଟ ପକ୍ଷରୁ “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ବଡ଼ ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି । ମ୍ୟୁନସିପାଲିଟର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଯୋଗ ଦେଇ ପୋଲସରା ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ପୋଲସରା ମ୍ୟୁନିସିପାଲିଟି ରେ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଥିଲା। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ରାସନ କାର୍ଡ ବଣ୍ଟନ କରାଯିବ ସହ ଚଳିତ ବର୍ଷ ଓସିଏସ ପରୀକ୍ଷାରେ ୩୮ ନମ୍ବର ରାଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇଥିବା କସ୍ତୁରୀ ଆଚାରୀ ଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ସାଂସଦ ଅନିତା ସୁଭଦର୍ଶିନୀଙ୍କ ଦ୍ବାରା ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ପୋଲସରା ମ୍ୟୁନସିପାଲିଟ ବିଭିନ୍ନ ଓ୍ବାଡ଼ରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ୮ ଟି ନୂତନ ଇ-ଅଟୋ ଏବଂ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପଶୁପକ୍ଷୀଙ୍କ ଉଦ୍ଧାର ନିମନ୍ତେ ଗୋଟିଏ ରେସକ୍ୟୁ ଭ୍ୟାନ୍ ମଧ୍ୟ ଶୁଭାରମ୍ଭ ହୋଇଥିଲା । ସେହିପରି ପୋଲସରା ସହରର ସୌନ୍ଦର୍ଯ୍ୟକରଣକୁ ନେଇ ଗୋପବନ୍ଧୁ ସାହି ଛକରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସତ୍ୟାଗ୍ରହ ଉଦ୍ଦେଶ୍ୟରେ ଦାଣ୍ଡି ଯାତ୍ରାର ପ୍ରମୁଖ ମୂର୍ତ୍ତି ଗୁଡିକର ଉନ୍ମୋଚନ କରି ବିକାଶ ବାର୍ତ୍ତା ଦେଇଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ଅବସରରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିବା ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ