ଭୁବନେଶ୍ୱର: ବିଜୁ ଜନତା ଦଳରେ ସୁଜାତା ଯୋଗ ଦେବା ପରେ ଦଳର ସଭାପତି Naveen Patnaik କହିଛନ୍ତି ଯେ ସୁଜାତା ଦଳରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଯୋଗ ଦେଇଛନ୍ତି। ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତ
ଏହି ଅବସରରେ ନବୀନ ପଟ୍ଟନାୟକ ସ୍ପଷ୍ଟ କରି କହିଛନ୍ତି ଯେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସେ ନିଜେ ଦଳର ନେତୃତ୍ୱ ନେବେ ଏବଂ ଦଳକୁ ସଶକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।
ଅନ୍ୟପକ୍ଷରେ ସୁଜାତା କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାମ କରିବାର ସୁଯୋଗ ପାଇ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। ଦଳର ସଭାପତିଙ୍କ ନିର୍ଦ୍ଦେଶ ଓ ଆଦର୍ଶକୁ ଅନୁସରଣ କରି ସେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।
ରିପୋର୍ଟ : ଗଣେଶ ପାଣିଗ୍ରାହୀ।