ଗଞ୍ଜାମରେ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ, ନୂଆ କୀର୍ତ୍ତିମାନ ସ୍ଥାପିତ

ଗଞ୍ଜାମ ଜିଲ୍ଲାର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ….

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆଜି ଛତ୍ରପୁରରେ ଆୟୋଜିତ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଏକ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି। ଏହି ସଫଳତା ରକ୍ତଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ବୋଲି କୁହାଯାଉଛି।
ଏହି ରକ୍ତଦାନ ଶିବିରରେ ହଜାର ହଜାର ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ଶିବିରର ସୁଚାରୁ ପରିଚାଳନା ଓ ଜନସାଧାରଣଙ୍କ ସକ୍ରିୟ ସହଭାଗିତା କାର୍ଯ୍ୟକ୍ରମକୁ ସଫଳ କରିଥିଲା।

ଉପସ୍ଥିତ ଅନେକ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି ଯେ, ଏହି ବ୍ୟାପକ ଜନସମାଗମ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ସମର୍ଥନ ସହ ସାମାଜିକ ସେବା ପ୍ରତି ଜନସାଧାରଣଙ୍କ ସଚେତନତାର ପ୍ରତିଫଳନ।
ଗଣେଶ ପାଣିଗ୍ରାହୀ