ଗଞ୍ଜାମ ଜିଲ୍ଲା ୪ ମାସର ସଂଘର୍ଷ ପରେ ସ୍ବାମୀଙ୍କ ହତ୍ୟାକାରୀଙ୍କୁ ଜେଲ୍ ପଠାଇଲେ: ତପସ୍ୱିନୀ
ଭୁବନେଶ୍ୱର ରେଳଷ୍ଟେସନରେ ପାର୍ସଲ ବୟ ଭାବେ ….
ପୋଲସରା : ଭୁବନେଶ୍ୱର ରେଳଷ୍ଟେସନରେ ପାର୍ସଲ ବୟ ଭାବେ କାର୍ଯ୍ୟକରୁଥିବା ପୋଲସରା ସହରର ଦେବୀ ନଗର ସାହିର ସୁନୀଲ ସାହୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି। ତାଙ୍କ ସ୍ତ୍ରୀ ତପସ୍ୱିନୀ ସାହୁଙ୍କ କହିବା ଅନୁସାରେ ୧୫/୦୨/୨୬ ତାରିଖରେ ତାଙ୍କ ସ୍ବାମୀ ସୁନୀଲଙ୍କୁ ଭୁବନେଶ୍ୱର ରେଳଷ୍ଟେସନ ପ୍ଳାଟଫର୍ମ ୬ ଠାରେ RD CONSTRUCTION ମ୍ୟାନେଜର ପୋଣ୍ଟୁରୁ ଭାମଶ୍ରୀକୃଷ୍ଣ @ ବଂଶୀ ଓ ସହକର୍ମୀ ମାନେ ସଙ୍ଗବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ସେଠାରୁ ତାଙ୍କୁ କେପିଟାଲ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ନେଇଥିଲେ କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଉକ୍ତ ଘଟଣାକୁ ନେଇ ତପସ୍ୱିନୀ ଲକ୍ଷ୍ମୀ ନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ୩୧୯/୨୬ ଏକ ମାମଲା ରୁଜୁ କରିଥିଲେ। କିନ୍ତୁ ଆନ୍ଧ୍ରାପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଗରା ଥାନା ଭୋମରାଭାଲ୍ଲୀ ଗ୍ରାମର ଅଭିଯୁକ୍ତ ପୋଣ୍ଟୁରୁ ଭାମ ଶ୍ରୀକୃଷ୍ଣା @ ବଂଶୀକୁ ତା ୨୩/୦୬/୨୬ ରିଖ ଦିର୍ଘ ୪ ମାସ ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ତପସ୍ୱିନୀ ଦିର୍ଘ ୪ମାସ ଧରି ସଂଘର୍ଷ ଜାରି ରଖି ଥାନାକୁ ଧାଇଁବା ସହ ଅଭିଯୁକ୍ତର ଧମକୁ ଖାତିରି ନକରି ସାହାସ୍ ସହିତ ଲଢେ଼ଇ ଜାରି ରହିଥିବାରୁ ତାଙ୍କ ସ୍ବାମୀ ହତ୍ୟାକାରୀ ଏବେ ଜେଲରେ। ଗଣେଶ ପାଣିଗ୍ରାହୀ ରିପୋର୍ଟ