ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ
ଲଜ୍ଜାନକ ଘଟଣା ଘଟିଛି..
ନାବାଳିକାଟି ଜଣକ ଖେଳିବା ପାଇଁ ନିକଟସ୍ଥ ପଡିଆକୁ ଯାଇଥିଲା…
ପାର୍କରେ ଜଣେ ୮ ବର୍ଷିୟା ନାବାଳିକାକୁ ତାଙ୍କ ପଡୋଶୀ ନିଶା ଦେଇ ଯୌନ ନିର୍ଯ୍ୟାତନା ଦେଇଥିବାର ଘଟଣା ସାମନାକୁ ଆସିଛି।ଏହି ଘଟଣାଟି ସେହି ସମୟରେ ଘଟିଥିଲା ଯେତେବେଳେ ନାବାଳିକାଟି ଘର ପାଖରେ ଥିବା ନିକଟସ୍ଥ ଏକ ପାର୍କକୁ ଅପରାହ୍ନରେ ଖେଳିବାକୁ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଅଚେତ ଅବସ୍ଥାରେ ପାର୍କରେ ପଡିଥିବାର ଘର ଲୋକ ଦେଖିବାକୁ ପାଇଥିଲେ।
ଖବର ପାଇବା ପରେ ପୀଡିତାଙ୍କ ପରିବାର ଲୋକ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲ ନେଇଯାଇଥିଲେ ।ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଗତ କାଲି ଗିରଫ କରାଯାଇଛି । ବିଏନଏସ ଏବଂ ପୋସ୍କୋ ଆକ୍ଟର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି ।