ଟ୍ରକକୁ ଧକ୍କା ଦେଇଥିଲା ଏକ ସ୍ୱିଫ୍ଟ କାର ।ରାସ୍ତା କଡରେ ଠିଆ ହୋଇଥିଲା ଟ୍ରକ। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ ଏହି ସ୍ୱିଫ୍ଟ କାରଟି ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା
ମୃତ୍ୟୁ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ପଠାଯାଇଥିବାବେଳେ ମୃତାହତ ପରିଚୟ ବର୍ତ୍ତମାନ ଜଣାପଡି ନାହିଁ ।
ଏହି ଘଟଣାପରେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଏହା କେଉଁ କାରଣ ପାଇଁ ଘଟିଥିଲା ତାହାର ତଦନ୍ତ ବର୍ତ୍ତମାନ ଚାଲୁଛି ବୋଲି ପୋଲିସ କହୁଛି ।