ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ କାରଣ ଅସ୍ପଷ୍ଟ

ବିରଳ କଳା ବାଘୁଣୀର ମୃତ୍ୟୁ ସୂଚନା…

ବାରିପଦା: ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ଜାତୀୟ ଉଦ୍ୟାନ ଶିମିଳିପାଳ | ତେଵେ ବେଶ ସମୟ ବ୍ୟବଧାନରେ ସାମ୍ନାକୁ ଆସୁଛି ବାଘ ମୃତ୍ୟୁ ଘଟଣା | ପୁଣି ଏବେ ସାମ୍ନାକୁ ଆସିଛି ଏକ ବିରଳ କଳା ବାଘୁଣୀର ମୃତ୍ୟୁ ସୂଚନା | କିନ୍ତୁ କେମିତି ଓ କାହିଁକି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ | ସୂଚନା ଅନୁଯାୟୀ ଗତ 6 ତାରିଖ ଦିନ ପେଟ୍ରୋଲିଂ ଟିମ୍ ଉପର ବାରହାକାମୁଡ଼ା ଦେଓନଦୀ କୂଳରେ ବାଘୁଣୀର ମୃତଦେହ ପଡିଥିବାର ଦେଖିଥିଲେ।

ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ମୃତକ ବାଘୁଣୀକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଥିଲେ। ମାତ୍ର ମୃତ ବାଘୁଣୀର ଦେହରେ କୋଣସି କ୍ଷତଚିହ୍ନ ନ ଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେଵେ ସାପ କାମୁଡ଼ା କିମ୍ବା ସଂକ୍ରମଣରୁ ମୃତ୍ୟୁ ହେଇଥିବାନେଇ ଅନୁମାନ କରାଯାଉଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଅନ୍ୟପଟେ ମୃତ ବାଘୁଣୀର ବୟସ 5 ବର୍ଷ ହେବାର ସୂଚନା ମିଳିଥିବା ବେଳେ
ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ |