ହାତୀପଲ ଭିତରୁ ମା ହାତୀର ନୂଆ ଶାବକର ଜନ୍ମ

ବୈତରଣୀ ନଦୀକୂଳର ଝାଟି କୁଦର ଜଙ୍ଗଲରେ…

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ହାତୀପଲରେ ଏକ ମା ହାତୀ ନୂଆ ଶାବକ ଜନ୍ମ ଦେଇଛି ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର ଏରେଣ୍ଡେଇ ଗ୍ରାମ ନିକଟ ବୈତରଣୀ ନଦୀକୂଳର ଝାଟି କୁଦର ଜଙ୍ଗଲରେ ଗତରାତି ୧୯ଟିକିଆ ହାତୀପଲ ମଧ୍ୟରୁ ଏକ ମା ହାତୀ ଶାବକକୁ ଜନ୍ମ ଦେଇଛି। ଏହାପରେ ଉକ୍ତ ହାତୀପଲରେ ହାତୀ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।ହାତୀ ଛୁଆ ଦେଖିବାକୁ ଭିଡ ଲାଗିରହିଛି | ଏଥି ପାଇଁ ପାଟଣା ବନ ବିଭାଗ ସଜାଗ ମଧ୍ୟ୍ୟ ରହିଛନ୍ତି |

 

ଅନ୍ୟପକ୍ଷରେ, ପାଟଣା ସଂରକ୍ଷିତ ଜଙ୍ଗଲରେ ଥିବା ୬ ଟିକିଆ ହାତୀପଲ ମଧ୍ୟ ଆଜି ସକାଳେ ମଙ୍ଗଳପୁର ଗ୍ରାମ ନିକଟ ପାଟନାଳି ସାହି ଜଙ୍ଗଲରେ ଆସି ମିଶିଛନ୍ତି। ଫଳରେ ବର୍ତ୍ତମାନ ଏହି ହାତୀପଲରେ ମୋଟ ୨୬ଟି ହାତୀ ରହିଥିବା ଜଣାପଡ଼ିଛି।

ବନ ବିଭାଗର ସୂଚନା ଅନୁଯାୟୀ, ୨୬ଟି ହାତୀ ମଧ୍ୟରୁ ୪ଟି ଦନ୍ତା, ୧୦ଟି ମାଈ ହାତୀ ଓ ୧୨ଟି ଛୁଆ ହାତୀ ରହିଛନ୍ତି। ନୂଆ ହାତୀ ଛୁଆ ଆଗମନକୁ ନେଇ ଅଞ୍ଚଳରେ ଏକ ପ୍ରକାର ଖୁସି ର ମାହଲ ସୃଷ୍ଟି ହୋଇଛି |ଏବଂ ହାତୀପଲ ର ଗତିବିଧି ଉପରେ ବନପାଳ ଶ୍ରୀ ଯୁକ୍ତ ନିରଞ୍ଜନ ସେଠି ଏବଂ ସମସ୍ତ କର୍ମ ଚାରି ନଜର ରଖିଥିବା ଶ୍ରୀଯୁକ୍ତ ସେଠି ସୂଚନା ଦେଇଛନ୍ତି |