କାଳିଆ ଦର୍ଶନ ବନ୍ଦ ରହିବ ବୁଧବାର ୫ ଘଣ୍ଟା

ଆସନ୍ତା କଲି (ବୁଧବାର) ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ।

ମହାପ୍ରଭୁଙ୍କ ଏହି ନୀତି ସମୟରେ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ|

ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୭.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଏହା ପରେ କାଳିଆ ଦର୍ଶନ ଆରମ୍ଭ ହେବ |