ହାତୀ ପଲ ଭାଙ୍ଗିଲେ ଘର

ଧାନ ବିଲ ମଧ୍ୟ ନଷ୍ଟ କରିଦେଇଛନ୍ତି…

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ଗ୍ରାମ ପଂଚାୟତ ର, ଭବିସାକୁଦାର (ବିଷ୍ଣୁ ପୁର ) ଗ୍ରାମ ର ଦୋଳଗୋବିନ୍ଦ ମିଶ୍ର ଙ୍କ ଦୁଇ ଟି ରୁମ କୁ ଭାଙ୍ଗି ଦେଇଛନ୍ତି |
ପ୍ରକାଶ ଯେ ଗତ ରାତିରେ ଉକ୍ତ ଗ୍ରାମ ରେ ହାତୀ ପଲ, ଧାନ, ଚାଉଳ, ବାସନାରେ ଖାଇବା ପାଇଁ ଘର ଭାଙ୍ଗି ଧାନ, 8 କୁଇଣ୍ଟାଲ ଚାଉଳ 2 କୁଇଣ୍ଟାଲ ପାଖାପାଖି ଖାଇ ଛନ୍ତି ଏବଂ ନଷ୍ଟ କରିଦେଇଛନ୍ତି |ଏହା ସହିତ ଧାନ ବିଲ ମଧ୍ୟ ନଷ୍ଟ କରିଦେଇଛନ୍ତି | ପ୍ରତି ବର୍ଷ ଏହିଭଳି ଉକ୍ତ ଗ୍ରାମ ରେ ଅତୀତରେ କଦଳୀ ବାଡ଼ି ପାଖାପାଖି 200 ଗଛ ନଷ୍ଟ କରିଥିଲେ |

ଉକ୍ତ ଗ୍ରାମ ଟି ବୈତରଣୀ ନଦୀ କୂଳ ପାଖାପାଖି ହୋଇ ଥିବାରୁ ଯେମିତି ତାଙ୍କର ସବୁଦିନିଆ ବିଶ୍ରାମଗାର ପାଲଟିଛି |ପ୍ରତିବର୍ଷ ଭୟ ଭିତରେ ରହିବାକୁ ପଡୁଛି | ପାଟଣା ବନବିଭାଗ କୁ ବାରମ୍ବାର, ହାତୀ ଖେଦିବା ଟର୍ଚ୍ଚ ଲାଇଟ, ସୋଲାର ଲାଇଟ, ପ୍ରଭୃତି ଦେବା ନିମନ୍ତେ କହୁଥିଲେ ମଧ୍ୟ୍ୟ କୌଣସି ଲାଭ ହୋଇନାହିଁ |
ତୁରନ୍ତ ଲୋକଙ୍କ ସରକାର ଙ୍କର ଯାହା ସୁବିଧା ରହିଛି ସବୁ ଯୋଗାଇ ଦେବାକୁ ଜନସାଧାରଣ ଦାବିରକ୍ଷୀ ଛନ୍ତି |