ବାର ଘଣ୍ଟା ମଧ୍ୟରେ ଉଦ୍ଧାର କଲା ତୁରୁମୁଙ୍ଗା ପୋଲିସ

ଘଟଣା ର ତୁରୁମୁଙ୍ଗା ପୋଲିସ ଅନ୍ତ ଘଟାଇଛି…

କେନ୍ଦୁଝର/ପାଟଣା(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ବଜାର ନିକଟରେ ଥିବା BLOM EDUCATION ଘରୋଇ ହଷ୍ଟେଲରୁ ବିଳମ୍ବିତ ରାତିରେ ୪ ଜଣ ଦଶମ ଶ୍ରେଣୀ ଛାତ୍ର ଚାଲିଯାଇଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଥିବା ଘଟଣା ର ତୁରୁମୁଙ୍ଗା ପୋଲିସ ଅନ୍ତ ଘଟାଇଛି । ନିଖୋଜ ଛାତ୍ରମାନଙ୍କ ବୟସ ପ୍ରାୟ ୧୫ ବର୍ଷ ବୋଲି ଜଣାପଡ଼ିଥିବା ବେଳେ,ମିଳିଥିବା ସୂଚନା ଅନୁଯାୟୀ, ରୁଦ୍ର କୁମାର ନାଏକ, ଘର ଆନନ୍ଦପୁର ଅଞ୍ଚଳ,ପିପୁଲ କୁମାର ମହାନ୍ତ ଘର ବାଲିବନ୍ଦ,ଶୁଭମ ମହାନ୍ତ ଘର ବୁଢ଼ିକାପୁଡ଼ି,ଏବଂ ଶୁଭମ ମହାନ୍ତ ଘର ଜାମପଶି ।

ଏହି ୪ ଜଣ ଛାତ୍ର ଉକ୍ତ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ସେମାନଙ୍କ ମଧ୍ୟରୁ ପିପୁଲ କୁମାର ମହାନ୍ତ କେନ୍ଦେଇପଶି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅନ୍ୟ ୩ ଜଣ ଛାତ୍ର ସିଲିଦା ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡି ଥିଲା ।

ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୨ଟା ସମୟରେ ୪ ଜଣ ଛାତ୍ର ହଷ୍ଟେଲରୁ ବାହାରି କୁଆଡ଼େ ଚାଲି ଯାଇ ଥିବା ଘଟଣା ରେ ତୁରୁମୁଙ୍ଗା ପୋଲିସ ବାର ଘଣ୍ଟା ମଧ୍ୟରେ ଚାରି ଜଣ କୁ ଉଦ୍ଧାର କରିଛି,ତିନି ଜଣ ପୁରୀ ରୁ ଉଦ୍ଧାର ହୋଇ ଥିବା ବେଳେ ଜଣେ ଭୁବନେଶ୍ୱର ରୁ ଉଦ୍ଧାର ହୋଇଛି, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଙ୍କ ସୂଚନା ଅନୁସାରେ ଥାନା ଆସି ବୀରେନ୍ଦ୍ର କୁମାର ବେହେରା ଉକ୍ତ ଚାରି ଜଣ ଙ୍କୁ ଥାନା ରେ ଆଣି ହାଜର କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ ।କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ।