ସ୍ୱାଧୀନତା ଦିବସରେ ଅବସର କର୍ମଚାରୀ ଙ୍କ ଦ୍ୱାରା ରୋଗୀଙ୍କୁ ଫଳ ବଣ୍ଟନ

ମେଡିକାଲ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ…

କେନ୍ଦୁଝର/ପାଟଣା(ସାକ୍‌ସୀ ନ୍ୟୁଜ୍‌): ସ୍ୱାଧୀନତା ଦିବସ ଅବସରରେ ପାଟଣା ମେଡିକାଲ ପରିସରରେ ପାଟଣା ର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସଂଘର ସଭାପତି ରାଧାମୋହନ ମହାନ୍ତ ଓ ସମ୍ପାଦକ ସନାତନ ଦାଶ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସଂଘର ୨୮ ଜଣ ସଦସ୍ୟ ଯୋଗଦେଇଥିଲେ ।

ଏହାପରେ ମେଡିକାଲ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ଶିକ୍ଷକ ଅରୁଣ କୁମାର ମିଶ୍ର ବୈଠକକୁ ପରିଚାଳନା କରିଥିଲେ । ବୈଠକରେ ମେଡିକାଲରେ ରୋଗୀମାନଙ୍କୁ ମିଳୁଥିବା ସେବା, ଡାକ୍ତରଙ୍କ ସମସ୍ୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟତଃ ଡାକ୍ତର ମାନଙ୍କ ରହିବା ପାଇଁ ଆବଶ୍ୟକ କ୍ୱାର୍ଟର ନଥିବା ନେଇ ଚିନ୍ତା ପ୍ରକାଶ ପାଇଥିଲା । ସେହିପରି ଷ୍ଟାଫ ନର୍ସ ମାନଙ୍କ ରହିବା ପାଇଁ ମଧ୍ୟ ଉପଯୁକ୍ତ କ୍ୱାର୍ଟର ସୁବିଧା ନାହିଁ ବୋଲି ଆଲୋଚନା ହୋଇଥିଲା ।

ନୂତନ କ୍ୱାର୍ଟର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ବିଦ୍ୟୁତ ସଂଯୋଗ ନଥିବା ଏବଂ ଘରଗୁଡ଼ିକ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ ଏତତ ସହିତ ଉକ୍ତ ଘର ଗୁଡିକ ପରିତ୍ୟକ୍ତ ଅବସ୍ଥାକୁ ଆସି ଯାଇ ଥିବାର ମତ ପ୍ରକାଶ ପାଇଥିଲା । ଡାକ୍ତର ଓ ଷ୍ଟାଫ ନର୍ସମାନେ ସେଠାରେ ରହିପାରୁନାହାନ୍ତି ।

ଏହା ଫଳରେ ଜରୁରୀ ସମୟରେ ରୋଗୀମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ସଦସ୍ୟମାନେ ମଧ୍ୟ ମତ ପ୍ରକାଶ କରିଥିଲେ। ମେଡିକାଲରେ ଡାକ୍ତର ଓ ଷ୍ଟାଫ ନର୍ସମାନଙ୍କ ପାଇଁ ତୁରନ୍ତ ଆବଶ୍ୟକ କ୍ୱାର୍ଟର ସୁବିଧା ଯୋଗାଇବା, ନୂତନ କ୍ୱାର୍ଟରରେ ବିଦ୍ୟୁତ ସଂଯୋଗ କରିବା ଏବଂ ଘରଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ସଂଘ ପକ୍ଷରୁ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ନିଆ ଯାଇଥିଲା । ଏହାଦ୍ୱାରା ମେଡିକାଲରେ ସ୍ୱାସ୍ଥ୍ୟସେବା ଆହୁରି ସୁଦୃଢ଼ ହେବା ସହ ଜରୁରୀ ସମୟରେ ରୋଗୀମାନଙ୍କୁ ତୁରନ୍ତ ସେବା ମିଳିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ପାଟଣା ରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ