ଗଞ୍ଜାମ/ଆସିକା(ସାକ୍ସୀ ନ୍ୟୁଜ୍): ଆସିକା ଋଷିକୁଲ୍ୟା ନଦୀ ଓ ନଦନଦୀର ସଙ୍ଗମସ୍ଥଳରେ ଜମିଛି ବୋଲ୍ ବମ୍ ଭକ୍ତଙ୍କ ଭିଡ଼।

ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ପହଞ୍ଚି ପବିତ୍ର ଜଳ ସଂଗ୍ରହ କରୁଛନ୍ତି। ପରେ ଏହି ଜଳ ନେଇ ଭକ୍ତମାନେ ମହାପ୍ରଭୁ ଭୋଳାନାଥଙ୍କ ନିକଟରେ ଜଳ ଅର୍ପଣ କରିବେ ।
‘ବୋଲ୍ ବମ୍’ ଧ୍ୱନିରେ ମୁଖରିତ ହୋଇଛି ସଙ୍ଗମସ୍ଥଳ। ଭକ୍ତମାନଙ୍କ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗଞ୍ଜାମ ରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ