ଇଣ୍ଡୋନେସିଆରେ ଭୂମିକମ୍ପ : ୪୭ ମୃତ

ବନ୍ଦର ସହର ମାଉମେରେ ଏହି ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି…

ଇଣ୍ଡୋନେସିଆରେ ଶନିବାର ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଗୋଟିଏ ଦିନରେ ତିନି ତିନି ଥର ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ସମଗ୍ର ଦେଶ ଥରି ଉଠିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଛି । ୭.୭ ତୀବ୍ରତାର ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ଅନେକ କୋଠାବାଡ଼ି ଭୁଶୁଡ଼ି ପଡ଼ିଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସମୁଦ୍ରରେ ୧ ମିଟର ଉଚ୍ଚର ଜୁଆର ଉଠୁଥିବାରୁ ସୁନାମି ଆଶଙ୍କା ଏବେ ମଧ୍ୟ ଟଳି ନାହିଁ । ବନ୍ଦର ସହର ମାଉମେରେ ଏହି ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଠାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି ।