‘ଆୱାରାପନ୍ ୨’ଭାଙ୍ଗିଲା ରେକର୍ଡ
ରୋମାନ୍ସ ଏବଂ ଜବରଦସ୍ତ ଆକ୍ସନରେ ଭରପୂର ଏହି ଫିଲ୍ମକୁ ଦର୍ଶକ ମନଭରି ଉପଭୋଗ କରୁଛନ୍ତି…
ବଲିଉଡ୍ ଅଭିନେତା ଇମ୍ରାନ୍ ହାଶମୀଙ୍କ ନୂଆ ଫିଲ୍ମ ‘ଆୱାରାପନ୍ ୨’ ବକ୍ସ ଅଫିସରେ ଧମାକାଦାର ପ୍ରଦର୍ଶନ ଜାରି ରଖିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରଠାରୁ ଦର୍ଶକ ଏବଂ ସମୀକ୍ଷକଙ୍କ ଠାରୁ ଏହାକୁ ବେଶ୍ ଭଲ ପ୍ରତିକ୍ରିୟା ମିଳୁଛି।
ଦ୍ୱିତୀୟ ଦିନରେ ଫିଲ୍ମଟି ୩୪.୦୯ କୋଟି ଟଙ୍କାର ବ୍ୟବସାୟ କରିବା ସହ ଭାରତରେ ଏହାର ମୋଟ ନେଟ୍ କଲେକ୍ସନ୍ ୫୭.୪୯ କୋଟି ଟଙ୍କାରେ ପହଞ୍ଚି ସାରିଥିଲା ।ଇମ୍ରାନ୍ ହାଶମୀଙ୍କ ୩ୟ ସବୁଠାରୁ ଅଧିକ ଆୟକାରୀ ଫିଲ୍ମ। ଉଲ୍ଲେଖ ଥାଉ କି ଏହି ଫିଲ୍ମରେ ମୁଖ୍ୟ କଳାକାର ଭାବରେ ଇମ୍ରାନ୍ ହାଶମୀ ଏବଂ ଦିଶା ପାଟନୀ ଅଭିନୟ କରିଥିବାବେଳେ ନିତିନ୍ କକ୍କଡ଼ ନିର୍ଦ୍ଦେଶନା ଦେଇଛନ୍ତି ।
୨୦୦୭ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ ‘ଆୱାରାପନ୍’ର ଏହା ହେଉଛି ସିକ୍ୱେଲ୍। ରୋମାନ୍ସ ଏବଂ ଜବରଦସ୍ତ ଆକ୍ସନରେ ଭରପୂର ଏହି ଫିଲ୍ମକୁ ଦର୍ଶକ ମନଭରି ଉପଭୋଗ କରୁଛନ୍ତି।