କୁଆଁର ସାହି ନିକଟରେ ବୈତରଣୀ ନଦୀବନ୍ଧର ବୃହତ୍ ଧସି ଯାଇଥିବା ଅଂଶ ସୁରକ୍ଷିତ
ନଦୀବନ୍ଧକୁ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟ ଜାରି …
(ସାକ୍ସୀ ନ୍ୟୁଜ୍): ବୈତରଣୀ ନଦୀର କୁଆଁର ସାହି ନିକଟରେ ସୃଷ୍ଟି ହୋଇଥିବା ଚତୁର୍ଥ ତଥା ସବୁଠାରୁ ବୃହତ୍ ଧସି ଯାଇଥିବା ଅଂଶକୁ ମରାମାତି କରି ସଫଳତାର ସହ ସୁରକ୍ଷିତ କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଉକ୍ତ ସ୍ଥାନରେ ଆବଶ୍ୟକ ସୁରକ୍ଷା କାର୍ଯ୍ୟ ସମ୍ପନ୍ନ କରାଯାଇଛି। ବର୍ତ୍ତମାନ ନଦୀବନ୍ଧର ସ୍ଥାୟିତ୍ୱ ଓ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଅତିରିକ୍ତ ସୁଦୃଢ଼ୀକରଣ କାର୍ଯ୍ୟ ଜାରି ରହିଛି। ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।