ବାପାଙ୍କ ମୃତ୍ୟୁ ପରେ ମେସିଙ୍କ ପ୍ରଥମ ଗୋଲ୍‌

ମେସି ପୁଣି ଥରେ ଫୁଟ୍‌ବଲ୍‌ ପଡ଼ିଆକୁ ଫେରିଲେ…

କିଛି ଦିନ ତଳେ ବାପାଙ୍କୁ ହରାଇଥିବା ଆର୍ଜେଣ୍ଟିନା ତାରକା ମେସି ପୁଣି ଥରେ ଫୁଟ୍‌ବଲ୍‌ ପଡ଼ିଆକୁ ଫେରିଲେ । ଏହି ପ୍ରତ୍ୟାବର୍ତ୍ତନରେ ଇଣ୍ଟର ମିଆମି ପକ୍ଷରୁ ଖେଳୁଥିବା ଭାବପ୍ରବଣ ମେସି ବୁଧବାର ମେଜର ଲିଗ୍‌ ସକ୍କର (ଏମ୍‌ଏଲ୍‌ଏସ୍‌) କପ୍‌ ପ୍ରତିଯୋଗିତାରେ ପ୍ରଥମ ଗୋଲ୍‌ ଦେଇଛନ୍ତି।

ଦଳର ପ୍ରଥମ ଗୋଲ୍‌ରେ ମଧ୍ୟ ୩୯ ବର୍ଷୀୟ ମେସିଙ୍କ ହାତ ରହିଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଫିଲାଡେଲଫିଆ ୟୁନିୟନ୍‌ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ସମାନ କରିବା ସହ ପଏଣ୍ଟ୍‌ ବାଣ୍ଟିଥିଲା। ମେସି ଏଥିସହ ଏମ୍‌ଏଲ୍‌ଏସ୍‌ କପ୍‌ର ଚଳିତ ଋତୁରେ ନିଜ ‌ଗୋଲ୍‌ ସଂଖ୍ୟା ୧୩ରେ ପହଞ୍ଚାଇ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।