ଗଞ୍ଜାମ/ଆସିକା(ସାକ୍ସୀ ନ୍ୟୁଜ୍): ଧରାକୋଟ ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ବି ପି ସି ସୁଶାନ୍ତ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲକ୍ଷପତି ଦିଦି କର୍ମଶାଳା ବ୍ଲକ ପରିସରରେ ଆୟୋଜିତ ହୋଇଯାଇଛି । ତିନି ଦିନ ଧରି ହେବାକୁଥିବା ଏହି କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ରେ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନୀଲ ପ୍ରଭା ରଥ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ, ବି ପି ଏମ ପ୍ରତାପ ସ୍ୱାଇଁ ଓ ଜିଲ୍ଲା ପରିଷଦ ସଭ୍ୟ ଟୁକୁନା ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ବ୍ଲକର ୧୭୩୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆତ୍ମ ନିର୍ଭରଶିଳ ହୋଇ କିପରି ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିବେ ସେଉପରେ ଅତିଥି ମାନେ ସଚେତନ କରାଇଥିଲେ। ସଂପ୍ରତି ବ୍ଲକରେ ସ୍ୱୟଂ ସହାୟକ ଗୋଷ୍ଠୀର ୧୭୭୦୦ ସଦସ୍ୟା ରହିଥିବା ବେଳେ ସିଭିତରୁ ୪୦୦୦ ଲକ୍ଷପତି ଦିଦି ରହିଛନ୍ତି । ଆଜିର କାର୍ମଶାଳା ରେ ମଡେଲ ଚାଷ, ଉନ୍ନତ ପ୍ରଣାଳୀରେ ଛେଳି ପାଳନ, ଦେଶୀ କୁକୁଡ଼ା ଚିଆଁ ପାଳନ, ଦେସି କୁକୁଡ଼ା ପାଳନ, ଛତୁ ଚାଷ, ମାଛ ଚାଷ, ଉଦ୍ୟାନ କୃଷି ଭିତ୍ତିକ ଚାଷ,ପନିପରିବା ଚାଷ,ପୋଖରୀ ଆଧାରିତ ସମନ୍ୱିତ କୃଷି, ପନିପରିବା ଚାଷ କରି ଅଧିକ ଲାଭବାନ ହେବାସହ ଆତ୍ମ ନିର୍ଭର ଶିଳ ହୋଇ ଲକ୍ଷପତି ଦିଦିଙ୍କ ତାଲିକା ବୃଦ୍ଧି ପାଇଁ ସମସ୍ତେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଦେଶାତ୍ମ ବୋଧକ ସଙ୍ଗୀତ ପରିବେଷଣ ସହ ନିଶାମୁକ୍ତ ଭାରତ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅମେସ ବେହେରା ଏଥିରେ ସଂଯୋଜନା କରିଥିବାବେଳେ ଗ୍ରାମୀଣ ଗୃହ ନିର୍ମାଣ ବିଭାଗର ବି ପି ସି କୃଷ୍ଟନକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଗଞ୍ଜାମ ରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ