ଗଞ୍ଜାମ ଗସ୍ତରେ ବିଧାନସଭାର ଗୃହ କମିଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା
ଜନସାଧାରଣଙ୍କ ସମସ୍ୟା ଏବଂ ବିଧାନସଭାରେ ଉତ୍ଥାପିତ ସଚମିଶନଗୁଡ଼ିକର କାର୍ଯ୍ୟାନ୍ଵୟନ ସ୍ଥିତି ନେଇ ବିସ୍ତୃତ ଆଲୋଚନା…
ଗଞ୍ଜାମ/ଆସିକା (ସାକ୍ସୀ ନ୍ୟୁଜ୍): ଓଡ଼ିଶା ବିଧାନସଭାର ଗୃହ କମିଟି (ସବମିଶନ) ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି, କାର୍ଯ୍ୟ ଅଗ୍ରଗତି ଏବଂ ଜନସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିଛନ୍ତି । କମିଟିର ସଦସ୍ୟ ଆସିକା ବିଧାୟକ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ କମିଟି ସଦସ୍ୟଙ୍କ ପରାମର୍ଶ ସରୋଜ କୁମାର ପାଢ଼ୀ, ମୋହଳା ବିଧାୟକ ଦାଶରଥ୍ ଗମାଙ୍ଗ, ରଘୁମଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତରି, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଭଞ୍ଜନଗର ଉପଜିଲ୍ଲାପାଳ ଡ. ବେହେରା, ଛତ୍ରପୁର ଉମାଶଙ୍କର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ସମେତ ଜିଲ୍ଲା ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଏହି ଗସ୍ତରେ ସାମିଲ ହୋଇଥିଲେ । କମିଟି ପ୍ରଥମେ ଆସିକା ଲକ୍ଷ୍ମୀ ବଜାର ନିକଟସ୍ଥ ଟିପିସର ନାଳ ପରିବର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ।

ପରେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ ଡ୍ୟାମ, ଋଷିକୂଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇ ଲେଭେଲ୍ ଟ୍ରିକ୍,ଆସିକା ବାଇପାସ୍ ରାସ୍ତା ଏବଂ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିବର୍ଶନ କରି ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ଆସିକା ପୌର ପରିଷବ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପନ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ଭନ୍ନୟନମୂଳକ ପ୍ରସଙ୍ଗ, ଜନସାଧାରଣଙ୍କ ସମସ୍ୟା ଏବଂ ବିଧାନସଭାରେ ଉତ୍ଥାପିତ ସଚମିଶନଗୁଡ଼ିକର କାର୍ଯ୍ୟାନ୍ଵୟନ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ବିଶେଷକରି ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ପାନୀୟ ଜଳ ସମସ୍ୟାର ସମାଧାନ, ଆସିକା ସହରର ଜଳ ନିଷ୍କାସନ ବ୍ୟବସ୍ଥା, କବିସୂର୍ଯ୍ୟନଗର ଅଞ୍ଚଳର ଚାଷଜମିକୁ ସାଲିଆ ଡ୍ୟାମ୍ ମାଧ୍ୟମରେ ଜଳସେଚନ ସୁବିଧା, ଛତ୍ରପୁର ମୁଖ୍ୟ କେନାଲର ନବୀକରଣ,ଖଲ୍ଲିକୋଟ ଅଞ୍ଚଳର ସାମଲ ଭିଲେଜ୍ରେ ସୁରକ୍ଷା ପ୍ରାଚୀର ନିର୍ମାଣ ଏବଂ ପାତ୍ରପୁର ବ୍ଲକ୍ର ଗୌତୁଣୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା ସେହିପରି ପାତ୍ରପୁର ତହସିଲ କର୍ମଚାରୀଙ୍କ ପାଇଁ ସରକାରୀ କ୍ୱାର୍ଟର ନିର୍ମାଣ,ପlତ୍ରପୁରରେ ପୁଲିସ ଆଉଟ୍ପେଣ୍ଟ ପ୍ରତିଷ୍ଠା, ଲାଠି ପଞ୍ଚାୟତ ଅଞ୍ଚଳରେ ଡାଏରିଆ ଓ ଡେଙ୍ଗୁ ପ୍ରତିରୋଧମୂଳକ ପଦକ୍ଷେପ, ଦିଗପହଣ୍ଡି ପିଏନ୍ସିକୁ ସିଏର୍ସିରେ ଉନ୍ନୀତ କରିବା, କବିସୂର୍ଯ୍ୟନଗର ଅଞ୍ଚଳରେ ବସୁଧ ଯୋଜନା ମଧ୍ୟମରେ ପାନୀୟ ଜଳ ଯୋଗାଣ, ବେଗୁନିଆପଡ଼ା ପିଏନ୍ସିକୁ ସିଏନ୍ସିରେ ପରିଣତ କରିବା ଏବଂ ଚାଷୀଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ଏଥିସହବୋମ୍ସ୍କେର ପଟ୍ଟ ଶଢ଼ି ବୁଣାକାରଙ୍କୁ ପ୍ରଶିକ୍ଷଣ, କବିସୂର୍ଯ୍ୟନଗରରେ ଟ୍ରେଜେରୀ କାର୍ଯ୍ୟାଳୟ ପ୍ରତିଷ୍ଠା ଏବଂ ଆସିକା ୱିନି ମିଲ୍?ର କାର୍ଯ୍ୟକ୍ଷମତା ସମେତ ଅନ୍ୟାନ୍ୟ ଜନସ୍ତାର୍ଥ ସମ୍ପର୍କିତ ପ୍ରସଙ୍ଗ ନେଇ କମିଟି ସଦସ୍ୟମାନେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ବିକାଶ, ଭିଭିଭୂମି, ଜଳସେଚନ, ପାନୀୟ ଜଳ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା ଓ ଯୋଗଯୋଗ ଭଳି ଜନସ୍ୱାର୍ଥ ସମ୍ପର୍କିତ ବିଷୟଗୁଡ଼ିକୁ କମିଟି ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରି ଏହାର ସୁଫଳ ଶୀଘ୍ର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ କମିଟି ପରାମର୍ଶ ଦେଇଥିଲେ । ଗଞ୍ଜାମ ରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।