ଗଞ୍ଜାମ ଜିଲ୍ଲା ବନ୍ଧା ହେଲେ ପୋଲିସକୁ ନାକେଦମ୍ କରିଥିବା ଲୋଡର ଅପରେଟର

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ଖଲ୍ଲିକୋଟରେ ରାତି ଅଧରେ ଜେସିବି ଲୋଡର ନେଇ ଅପାରେଟର ଚମ୍ପଟ ମାରିବା ଘଟଣା । ଗତ ରବିବାର ଦିନ ଷ୍ଟୋନ୍ କ୍ରସର ପରିସରରୁ ଜେସିବି ଲୋଡର ନେଇ ପଳାଇବା ବେଳେ ଅଟକାଇବାକୁ ଚେଷ୍ଟା କରିଥିଲେ କ୍ରସର କର୍ମଚାରୀ। ହେଲେ କାହାର କଥା ନଶୁଣି ଜେସିବି ଲୋଡର ନେଇ ଦ୍ରୁତ ଗତିରେ ଚୋରି କରି ନେଇ ପଳାଇଥିଲେ ଡ୍ରାଇଭର ଜଗନ୍ନାଥ ବାଘ। ଶେଷ ରେ ଅପରେଟର ଜଗନ୍ନାଥ ବାଘ କୁ ଗିରଫ କଲା ଖଲ୍ଲିକୋଟ ପୋଲିସ । ଗଞ୍ଜାମ ରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।