ନୟନତାରା , କିୟାରା ଆଡୱାଣୀ , ତାରା ସୁତାରିଆ, ହୁମା କୁରେଶୀ ଓ ରୁକ୍ମିଣୀ ବସନ୍ତ ଏହି ଫିଲ୍ମରେ ନଜର ଆସିଛନ୍ତି । ଟିଜର-ଟ୍ରେଲର ଆସିବା ପର ଠାରୁ ହିଁ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରଛି । ଏବେ ଏମିତି କୁହାଯାଉଛି ଯେ, ଏହି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ପ୍ରଥମ ଦିନ ସବୁଠୁ ଅଧିକ ଆୟ କରିଥିବା ୪ର୍ଥ ଏ ରେଟେଡ୍ ଫିଲ୍ମ ହେବାରଅଛି ।
ଆଡଭାନ୍ସ ବୁକିଂରେ ‘ଟକ୍ସିକ୍’କୁ ଜବରଦସ୍ତ ରେସ୍ପନ୍ସ ମିଳୁଛି । ରିପୋର୍ଟ ଅନୁସାରେ, ପ୍ରଥମ ଦିନ ଭାରତରେ ଏହି ଫିଲ୍ମର ମୋଟ୍ କଲେକ୍ସନ ୮୨-୮୯ କୋଟି ଟଙ୍କା ମଧ୍ୟରେ ହୋଇ ପାରେ ।ଏହି ଅନୁମାନ ହିସାବରେ କୁହାଯାଉଛି ଯେ, ଟକ୍ସିକ୍ ପ୍ରଥମ ଦିନ ସବୁଠୁ ଅଧିକ ଆୟ କରିବା ମାମଲାରେ ୪ର୍ଥ ସବୁଠୁ ବଡ଼ A ରେଟେଡ୍ ଫିଲ୍ମ ହୋଇ ଯିବ। ହେଲେ ୩ୟ ନମ୍ୱରରେ ମଧ୍ୟ ଫିଲ୍ମ ରହିବାର ସମ୍ଭାବନା ରହିଛି ।