ବଲିଉଡ୍ ରାପର ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ ବିବାହର ମାତ୍ର ୫ ମାସ ପରେ ଅଲଗା ହେବାକୁ ଯାଉଛନ୍ତି। ସୂଚନା ମୁତାବକ ରାପର୍ ବାଦଶାହ ଏବଂ ଇଶା ରିଖି ଚଳିତ ବର୍ଷ ମାର୍ଚ୍ଚ ମାସରେ ବିବାହ କରିଥିଲେ। ଏବେ, ବିବାହର ପାଞ୍ଚ ମାସ ପରେ, ସେମାନଙ୍କର ଛାଡପତ୍ର ହେବାକୁ ଯାଉଛି ।
ସେମାନେ ଉଲ୍ଲେଖ କରିଛନ୍ତି ଯେ ଉଭୟଙ୍କ ସମ୍ମତି ଏବଂ ସମ୍ମାନର ସହ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ତାଙ୍କର ଏହି ଖରାପ ସମୟରେ ସେମାନଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଫ୍ୟାନ୍ସ ଏବଂ ମିଡିଆକୁ ଅନୁରୋଧ କରିଛନ୍ତି। ପ୍ରାୟ ୪ ବର୍ଷ ଡେଟିଂ କରିବା ପରେ ମାର୍ଚ୍ଚ ୨୦୨୬ରେ ସେମାନେ ବିବାହ କରିଥିଲେ। ଏହା ବାଦଶାହଙ୍କର ଦ୍ୱିତୀୟ ବିବାହ ଥିଲା। ଏହାପୂର୍ବରୁ ୨୦୨୦ରେ ତାଙ୍କର ପ୍ରଥମ ପତ୍ନୀ ଜାସମିନଙ୍କ ସହ ଛାଡ଼ପତ୍ର ହୋଇସାରିଥିଲା ।