ରିଲିଜ ହେଲା ‘ରାମାୟଣ’ର ପ୍ରଥମ ଗୀତ

୨୪ ଘଣ୍ଟାରେ ୧୬ ମିଲିୟନ୍ ଭ୍ୟୁ ଆସିଛି…

ଆଗାମୀ ଫିଲ୍ମ ‘ରାମାୟଣ’ର ପ୍ରଥମ ଗୀତ ‘ଜୟ ଜୟ ରାମ’ ରିଲିଜ୍ ହୋଇଛି । କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଓ ଅରିଜିତ ସିଂହ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍. ରହମାନ। ଗୀତ ଲେଖିଛନ୍ତି ଡ. କୁମାର ବିଶ୍ୱାସ। ଏଥିରେ ଉଭୟଙ୍କ ଭବ୍ୟ ବିବାହର ଦୃଶ୍ୟ ରହିଛି । ଗୀତରେ ରାମ-ସୀତାଙ୍କ ଦିବ୍ୟ ସମ୍ପର୍କକୁ ଦର୍ଶା ଯାଇଛି ।

ଏହି ଗୀତର ଦୃଶ୍ୟାୟନ ବି ଚମତ୍କାର ହୋଇଛି। ରାମ ଚରିତ୍ରରେ ରଣବୀର କପୁର ଓ ସୀତା ଭୂମିକାରେ ସାଇ ପଲ୍ଲବୀଙ୍କ ଅଭିନୟ ଆକର୍ଷଣୀୟ। ତେବେ ‘ଜୟ ଜୟ ରାମ’ ଗୀତର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ସ୍ବର ସଂଯୋଜନା। ରଣବୀର ଓ ସାଇଙ୍କ ଯୋଡ଼ି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିନେମା ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଷ୍ଟର ସହିତ, ନିର୍ମାତାମାନେ ଚଳଚ୍ଚିତ୍ରର ପ୍ରଥମ ଗୀତ ‘ଜୟ ଜୟ ରାମ’ ମଧ୍ୟ ମୁକ୍ତିଲାଭ କରାଇଛନ୍ତି ।