ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି

ଭାରତ ମାଟିରେ ଖେଳିବ ପାକିସ୍ତାନ…

ଆସନ୍ତା ମାସରେ ପଞ୍ଜାବରେ ହେବାକୁ ଥିବା ଏଏଚଏଫ୍‌ ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନ ଅଂଶଗ୍ରହଣ କରିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ବହୁପକ୍ଷୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମାଟିରେ ଦୁଇ ଦେଶ ଖେଳିପାରିବେ ବୋଲି କେନ୍ଦ୍ର ସରକାରଙ୍କ ନୀତି ରହିଛି। ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଜଲନ୍ଧର ଓ ମୋହାଲିରେ ଏହି ପ୍ରତିଯୋଗିତା ଖେଳାଯିବ। ନଭେମ୍ବର ୫ରେ ମୋହାଲିରେ ଫାଇନାଲ୍‌ ଖେଳାଯିବ। ଭାରତ, ପାକିସ୍ତାନ ସମେତ ଚୀନ୍‌, ଜାପାନ, ମାଲେସିଆ ଓ କୋରିଆ ଅଂଶଗ୍ରହଣ କରିବେ। ଓମାନ ଓ ବାଂଲାଦେଶକୁ ରିଜର୍ଭ ଦଳ ଭାବେ ରଖାଯାଇଛି।