ନିଆରା ପର୍ବ ନୂଆଖାଇ

ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ ହେଉଛି। ସେଥି ମଧ୍ୟରୁ କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ଅନ୍ୟତମ। ଏହି ପର୍ବ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ବଲାଙ୍ଗୀରର ମା’ ସମଲେଶ୍ବରୀ, ମା’ ପାଟଣେଶ୍ବରୀ ଏବଂ ସୋନପୁରର ମା’ ସୁରେଶ୍ବରୀଙ୍କ ଠାରେ ନୂଆଁ ଲାଗି ହେଉଛି। ନୂଆଁ ଧାନରୁ ପ୍ରସ୍ତୁତ ଭୋଗ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଉଛି। ଇଷ୍ଟ ଦେବୀଙ୍କୁ ଯେଉଁ ଭୋଗ ଅର୍ପଣ କରାଯାଏ, ତାହା ‘ନବାର୍ଣ୍ଣ’ ନାମରେ ଅଧିକ ପରିଚିତ। ଦେହୁରୀ ନବାର୍ଣ୍ଣକୁ ଅର୍ପଣ କଲା ପରେ ଭୋଗ ରୂପେ ଅନ୍ୟ ସମସ୍ତଙ୍କୁ ବାଣ୍ଟିଥାନ୍ତି। ଘରେ ଆୟୋଜିତ ପୂଜାରେ ନୂଆ ଲାଗି ହେଲା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି ।

ଏହାର ଉଦାହାରଣ ହେଉଛି ନୂଆଁଖାଇ ପର୍ବ। ଏହି ଭାଇଚାରାର ପର୍ବ ଚୌହାନ ବଂଶର ଶାସନ କାଳରୁ ପାଳିତ ହୋଇ ଆସୁଛି। ଚାଷର ପର୍ବ ନୂଆଁଖାଇ ସହିତ ଚାଷୀ ଜୀବନର ସଂପର୍କ ଅତି ଘନିଷ୍ଠ। ଚାଷୀ ଯାହା ଫସଲ ଉତ୍ପାଦନ କରିଥାଏ, ତାହାକୁ ଏକା ନଖାଇ ଅନ୍ୟମାନଙ୍କର ଉଦ୍ଦେଶ୍ୟରେ ମଧ୍ୟ ଆଦାନପ୍ରଦାନ କରିଥାଏ ।