ସୋରିଷ କେବଳ ଖାଦ୍ୟର ସ୍ବାଦ ବଢ଼ାଏ ନାହିଁ, ତା’ ସହ ଏହାର ଅନେକ ଔଷଧୀୟ ଗୁଣ ବି ରହିଛି। ଆଧୁନିକ ବିଜ୍ଞାନ ମଧ୍ୟ ସୋରିଷର ସ୍ବାସ୍ଥ୍ୟଗତ ଉପକାରିତାକୁ ଗ୍ରହଣ କରିଛି। ସୋରିଷ ଗଛର ପତ୍ର ଓ ମଞ୍ଜି ଉଭୟ ଖାଦ୍ୟୋପଯୋଗୀ। ଏଥିରେ କ୍ୟାଲିସିୟମ୍, କପର୍, ଭିଟାମିନ୍-ଏ, ସି ଓ କେ ପ୍ରଚୁର ମାତ୍ରାରେ ଥାଏ। ଏଥିରେ ଗ୍ଲୁକୋସିନୋଲେଟ୍ ଓ ଫ୍ଲାଭୋନଏଡ୍ ପରି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ସୋରିଷ ପତ୍ରର ବ୍ୟବହାର ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ସୋରିଷ ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ଗୁଡ଼ିକ ଶରୀରକୁ ବିଭିନ୍ନ ଜୀବାଣୁ ଓ କବକ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।