କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଆଜି ସହର ଗାନ୍ଧି ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକ, ଲାବଣ୍ୟ ଛକରେ ଯାନବାହାନ ଅଟକାଇଛନ୍ତି ଆନ୍ଦୋଳନକାରୀ। କେନ୍ଦୁଝର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ଖଣି ଅଞ୍ଚଳରେ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି । ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍ ଅଟକାଇଛନ୍ତି ଆନ୍ଦୋଳନକାରୀ। ବଡ଼ବିଲ ସହର ନିକଟ କିରିବୁରୁ ଛକ, ୫୨୦ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ଏବଂ ଯୋଡ଼ା ସହର ନିକଟ କଳାପାହାଡ଼ ଛକ ଠାର ଲୁହାପଥର ବୋଝେଇ ଟ୍ରକ୍ ଅଟକାଇଲେ ଆନ୍ଦୋଳନକାରୀ। ରିମୁଳି ଛକରୁ ଚମ୍ପୁଆ ସହର ଦେଇ ଝାଡ଼ଖଣ୍ଡ ଯାଉଥିବା ରାସ୍ତାର ଚନ୍ଦ୍ରଶେଖର କଲେଜ ନିକଟରେ ଭାରୀଯାନ ଅଟକାଇଛନ୍ତି ଆନ୍ଦୋଳନକାରୀ। ଓଡ଼ିଶା ବନ୍ଦ ଯୋଗୁଁ ଜିଲ୍ଲାରେ ଅନେକ ସ୍ଥାନରେ ସ୍ୱତଃ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ସରକାରୀ ବସ୍ ଚଳାଚଳ ଜାରି ରହିଛି। କେନ୍ଦୁଝରଗଡ଼ ଷ୍ଟେସନ୍ ରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି। କେନ୍ଦୁଝରରୁ ଅଞ୍ଜନ ରଣାଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।
Prev Post