କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ରେ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ ଦେଶବ୍ୟାପୀ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ବ୍ୟାପକ ପିକେଟିଂ ଏବଂ ରାସ୍ତାରୋକ କରାଯାଇଛି। ପାଟଣା ବ୍ଲକ ଛକଠାରେ କଂଗ୍ରେସ ନେତା ଲକ୍ଷ୍ମଣ କୁମାର ଦାଶଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିବା ବେଳେ ବରିଷ୍ଠ ନେତା ଜ୍ଞାନେନ୍ଦ୍ର ମିଶ୍ର, ଦିଲୀପ କୁମାର ଦାଶ,ମଣିରତ୍ନ ବାରିକ, ଦାଶରଥି ବାରିକ, ବ୍ରହ୍ମାନନ୍ଦ ପଲେଇ ଓ ନାଥ ନାଏକ ପ୍ରମୁଖ ଉପସ୍ଥିତ ରହି ଏହାର ନେତୃତ୍ୱ ନେଇଥିଲେ ।
ଅନ୍ୟପକ୍ଷରେ, ପାଟଣା ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ମହାନ୍ତଙ୍କ ନେତୃତ୍ୱରେ ନିହ୍ନୁଆଁ ଓ ଝାରବେଡ଼ା ଛକରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଏହି ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଥିଲା। ଏଥିରେ ସୁବଳ ସାହୁ, ଗୌତମ ସାହୁ, ଗୋବର୍ଦ୍ଧନ ସିଂ, ଗୋବିନ୍ଦ ନାଏକ, ମୁରଲୀ ନାଏକ, ସୁବୋଧ ସେଠୀ, ବ୍ରଜବନ୍ଧୁ ନାଏକ ଓ ମାନସ ନାଏକଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ସାମିଲ ହୋଇଥିଲେ ।
ସେହିପରି ସାହାରପଡ଼ା ବ୍ଲକ ମୁଖ୍ୟାଳୟ ବ୍ଲକ ଛକଠାରେ ବ୍ଲକ କଂଗ୍ରେସ ସଭାପତି ସରୋଜ ବାବୁ ବୋଘେଲଙ୍କ ନେତୃତ୍ୱରେ କର୍ମୀମାନେ ପିକେଟିଂ କରିଥିଲେ। ଏଥିରେ ମୁକୁନ୍ଦ ଚନ୍ଦ୍ର ମହାନ୍ତ, ଗୌର ଦାସ, ବେଣୁଧର ନାଏକ ପ୍ରମୁଖ ଉପସ୍ଥିତ ରହି ବନ୍ଦ ପାଳନକୁ ସଫଳ କରିବାରେ ସହଯୋଗ କରିଥିଲେ। ବନ୍ଦ ପାଳନ ଯୋଗୁଁ ଅଞ୍ଚଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୋକାନ ବଜାର ବନ୍ଦ ରହିଥିଲା ।