(ସାକ୍ସୀ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି। ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଛି ତମାମ ଯାଞ୍ଚ। ସନ୍ଧାନୀ କୁକୁର ସହାୟତାରେ ଗସ୍ତସ୍ଥଳୀରେ ଚାଲିଛି ତନଖି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ। ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ନିକଟରେ ପହଞ୍ଚି ବାତ୍ୟା ଅର୍ଣ୍ଣବ ଓ ଆକଭାନ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ବିଶେଷ କରି ବନ୍ୟା ଓ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି ଓ ଫସଲର ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ଓ ଫଟୋଚିତ୍ରକୁ ନେଇ ପ୍ରସ୍ତୁତ ଡିସପ୍ଲେ ମାଧ୍ୟମରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଚିତ୍ର ଦେଖିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଏବେ ଚଳଚଞ୍ଚଳ ହୋଇଉଠିଛି ପ୍ରଶାସନିକ ମହଲ ।