ଗଂଜାମ ଜିଲ୍ଲା ପଲ୍ସ_ପୋଲିଓ_କାର୍ଯ୍ୟକ୍ରମ

ଗଂଜାମ(ସାକ୍‌ସୀ ନ୍ୟୁଜ୍‌): ଧରାକୋଟ ବ୍ଲକର 18 ଗୋଟି ପଞ୍ଚାୟତ ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମାଧ୍ୟମରେ କୋମଳମତି ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ବହୁମୁଖୀ ମହିଳା ସ୍ଵାସ୍ଥ୍ୟକର୍ମୀ ବିଷ୍ଣୁ ପ୍ରିୟା ରେଡ୍ଡୀ, ସଙ୍ଗୀତାଞ୍ଜଳି ପ୍ରଧାନ, ବି ପି ଏମ ଗୋଲକ ନାରାୟଣ ଗାରିଆଗଡୁ, ହିସାବ ପରିଚାଳକ ସଂଜୟ କୁମାର ମହାରଣା, ତଥ୍ଯ ପରିଚାଳକ ଆଶୁତୋଷ ସାହୁ ଙ୍କ ଉପସ୍ଥିତିରେ କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ। ସମଗ୍ର ବ୍ଲକରେ ମୋଟ 52 ଗୋଟି ବୁଥ , ଗୋଟିଏ ଟ୍ରାଞ୍ଜିଟ ଟିମ, ଦୁଇଟି ମୋବାଇଲ ଟିମ ମାଧ୍ୟମରେ ପୋଲିଓ ବୁନ୍ଦା ଖୁଆଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ 11,094 ଲକ୍ଷ୍ୟ ରହିଥିବା ବେଳେ ଏହା 91 ପ୍ରତିଶତ ପୁରଣ ହୋଇଛି ।