କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ସ୍ଥିତ ‘ଶ୍ରୀ ବିଦ୍ୟା ବାଟିକା’ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛୋଟ ଛୋଟ କୋମଳମତି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏକତ୍ରିତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଉତ୍କଳମଣିଙ୍କ ତ୍ୟାଗ, ସମାଜସେବା, ଦେଶଭକ୍ତି ଓ ମହାନ ଆଦର୍ଶ ସମ୍ପର୍କରେ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ମଧୁସମିତା ସାହୁ, ରଜନନ୍ଦନୀ ଜେନା , ବିନାପାନି ପାଟ୍ରା, ନବାମି ପାଟ୍ରା, ପ୍ରୀତି ନାୟକ, ପ୍ରୀତି ପ୍ରିୟମ୍ବଡା ମହନ୍ତ, ପୁଷ୍ପଞ୍ଜଳି ବନରା, ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କେନ୍ଦୁଝରରୁ ଅଞ୍ଜନ ରଣାଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।
Prev Post