ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆକ୍ସନ୍ ମୋଡ୍ରେ ଆସିଛି ଇଡି। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ପୈତୃକ ଘର ସମେତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ। ବିଭିନ୍ନ ଠିକଣାରେ ରେଡ୍ ଚାଲିଥିବାବେଳେ ସୁରକ୍ଷା ପାଇଁ ସିଆର୍ପିଏଫ୍ ମୁତୟନ ହୋଇଛନ୍ତି। ପୁଲିସ ଏସ୍ଆଇ ପରୀକ୍ଷା ର ପ୍ରଶ୍ନ ପତ୍ର ଲିକ ନେଇ ବଡ ଖୁଲାସା। ପ୍ରାୟତଃ ପଚିଶ ହଜାର ପିଲା ଙ୍କ ଠାରୁ ଟଙ୍କା ଆଦାୟ। ଯାହାଙ୍କ ପାଖରେ ଗୋଟେ ବି ଟଙ୍କା ନଥିଲା। ତାଙ୍କ ପାଖରେ ଏବେ କୋଟି କୋଟି ଟଙ୍କା ।
ସୂଚନା ଅନୁଯାୟୀ, ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ କରି ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । କୋଟି କୋଟି ଟଙ୍କାର ଆର୍ଥିକ କାରବାର ସାମ୍ନାକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁନା ମହାନ୍ତି, ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ କେଉଁ କେଉଁ ତଥ୍ୟ ହାତକୁ ଆସୁଛି, ତାହା ଉପରେ ନଜର ରହିଛି ।