ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍, ଫୋଲେଟ୍, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ୍ ଅକ୍ସାଲେଟ୍ କିଡ୍ନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ ଫାଇଦା ମିଳେ। ଏହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରିବା ସହିତ ସୃତିଶକ୍ତି ପ୍ରଖର କରେ। ଲେମ୍ବୁପାଣି ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ଫଳରେ ହାର୍ଟ ଆଟାକ୍, ମେଦବହୁଳତା,ରକ୍ତଚାପ ଓ ଡାଇବେଟିସ୍ ସମସ୍ୟା ଦୂର ହୋଇଥାଏ। ସକାଳୁ ଉଠି ଗରମ ଲେମ୍ବୁପାଣି ପିଲେ ପତଳା ହେବାରେ ସାହାଯ୍ୟ କରେ ଏବଂ ପେଟ ମଧ୍ୟ କମିଯାଏ ।