ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ବାତ୍ୟା ‘ଅର୍ଣ୍ଣବ’ରେ ଉଜୁଡ଼ିଲା ଚାଷଜମି

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ଧରାକୋଟ ବ୍ଲକ ବରଡ଼ାବିଲି ନୂଆସାହି ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଚାଷଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଓ ବନ୍ୟାଜଳ ଯୋଗୁଁ ଚାଷଜମିରେ ପାଣି ଜମି ରହିବା ସହ ଫସଲ ନଷ୍ଟ ହୋଇଛି। ଫଳରେ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି । ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଗଞ୍ଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ  ।