ଗଞାମ(ସାକ୍ସୀ ନ୍ୟୁଜ୍): ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଧରାକୋଟ ବ୍ଲକ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ଭାଗନେଇ ସଫଳତାର ସହ ଦଶଟି ପୁରସ୍କାର ହାସଲ କରିଛନ୍ତି। ଛତ୍ରପୁର ସ୍ଥିତ ପି ଏମ ଶ୍ରୀ ଅଂସ୍ଲୋ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଧରାକୋଟ ବ୍ଲକର ମୁଣ୍ଡମରାଇ ସୋମନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆଶିଷ କୁମାର ମିଶ୍ର ବକୃତା ରେ ପ୍ରଥମ , ଅନନ୍ତ ନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଦିବ୍ୟପ୍ରଭା ଦାସ ଦ୍ୱିତୀୟ ସ୍ଥାନ,ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସୁଚିସ୍ମିତା ତ୍ରିପାଠୀ ସଙ୍ଗୀତ ରେ ଦ୍ୱିତୀୟ ସ୍ଥାନ, ସୋମନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଦିବ୍ୟାଙ୍ଗ ଛାତ୍ର ଚିରଞ୍ଜିବୀ ବେହେରା ସଙ୍ଗୀତ ରେ ଦ୍ୱିତୀୟ ସ୍ଥାନ, କଳାସୂତା ବିଦ୍ୟାଳୟର ପୂଜାରିଣୀ ରାଉତ ପିଏମ୍ ପୋଷଣ ଚିତ୍ରକଳା ରେ ଦ୍ୱିତୀୟ, ସରଧାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଦିବ୍ୟସା ମାଲିକ ପି ଏମ ପୋଷଣ ଶିଳ୍ପକଳା ତୃତୀୟ ସ୍ଥାନ, ସୋମନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗୋପାଳ ପ୍ରଧାନ ସୃଜନଶୀଳ ରେ ତୃତୀୟ ସ୍ଥାନ, ମାଧ୍ୟମିକ ବିଦ୍ୟାଳୟ ଢ଼ଉଗାଁ ର ତୁଳସି ସ୍ୱାଇଁ ସୁତ୍ରଲିଖନ ରେ ତୃତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ କୁଷଗୁମା ର ଅମିତ କୁମାର ପଟ୍ଟନାୟକ ଚିତ୍ର ରେ ତୃତୀୟ ସ୍ଥାନ ହାସଲ କରିଥିଲେ। ସର୍ବମୋଟ ୧୦ ଛାତ୍ରଛାତ୍ରୀ ମଧ୍ୟରୁ ଜଣେ ରାଜ୍ୟସ୍ତରୀୟ ପାଇଁ ମନୋନୀତ ହୋଇଛନ୍ତି। ଏଡିଇ ଓ ପ୍ରଭାତୀ ମହାପାତ୍ର ଓ ଡି ପି ସି ସରୋଜ ମୋହନ ପାଳ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଗାଇଡ ଶିକ୍ଷକ ଭାବରେ ରଶ୍ମିତା ରାଉଳ , ସନ୍ତୋଷ କୁମାର ସାହୁ ଙ୍କ ସହିତ ସି ଆର ସି କିରଣବାଳା ନାୟକ ଓ ଏ ବି ଇ ଓ ସୌରିସଙ୍କର ବେହେରା ଉପସ୍ଥିତ ଥିଲେ ।