ଆଧ୍ୟାତ୍ମିକ ପତ୍ରିକା ‘ଶକ୍ତିମୟୀ’ର ୧୯ତମ ସଂସ୍କରଣ ଉନ୍ମୋଚିତ

ଭଦ୍ରକ(ସାକ୍‌ସୀ ନ୍ୟୁଜ୍‌): ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ବ୍ରାହ୍ମଣପାଳସ୍ଥିତ ଶକ୍ତିମୟୀ ମା’ ଦକ୍ଷିଣକାଳୀଙ୍କ ମହିମା, ଐତିହ୍ୟ ଓ ପବିତ୍ର ଇତିହାସକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀ ର ୧୯ତମ ସଂସ୍କରଣ ମା’ଙ୍କ ପୀଠ ପରିସରରେ ଶୁଭ ଉନ୍ମୋଚିତ ହୋଇଯାଇଛି। ଦୀର୍ଘ ୧୯ ବର୍ଷ ଧରି ପ୍ରତିବର୍ଷ କାଳୀପୂଜା ଅବସରରେ ମା’ଙ୍କ ଶ୍ରୀଚରଣରେ ଏହି ପତ୍ରିକା ଉନ୍ମୋଚନ କରାଯାଇ ଆସୁଥିବା ବେଳେ ଏହା ଏବେ ଏକ ସୁନ୍ଦର ପରମ୍ପରାରେ ପରିଣତ ହୋଇଛି ।

ମା’ ଦକ୍ଷିଣକାଳୀଙ୍କ ଆବିର୍ଭାବ, ମହିମା, ମାହାତ୍ମ୍ୟ, ପୂଜାବିଧି ଓ ଐତିହାସିକ ପରମ୍ପରା ସମ୍ପର୍କରେ ଏହି ପତ୍ରିକାରେ ବିଭିନ୍ନ ତଥ୍ୟ ସ୍ଥାନ ପାଇଛି। ବିଶେଷକରି ଆଜିର ଯୁବପିଢ଼ି ନିଜ ଅଞ୍ଚଳର ଆରାଧ୍ୟ ଦେବୀଙ୍କ ମହିମା, ଗୌରବମୟ ଇତିହାସ ଓ ପୁରାତନ ପରମ୍ପରା ସମ୍ପର୍କରେ ଅବଗତ ହେବା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାରେ ଏହି ପତ୍ରିକା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି। ଦୀର୍ଘ ୧୯ ବର୍ଷର ଏହି ନିରନ୍ତର ପ୍ରୟାସ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ।

ଏହି ଅବସରରେ ମା’ଙ୍କ ମୁଖ୍ୟ ପୂଜକ ସନ୍ତୋଷ କୁମାର ପଣ୍ଡା, ବ୍ରାହ୍ମଣପାଳ କାଳୀ କମିଟିର ସମ୍ପାଦକ ହେମନ୍ତ କୁମାର ସୁତାର , ‘ଶକ୍ତିମୟୀ’ ପତ୍ରିକାର ସମ୍ପାଦକ ଗୟାଧର ପଣ୍ଡା ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା, ସୁରଞ୍ଜନ ପଣ୍ଡା, ପ୍ରଫେସର ବାସୁଦେବ ବାରିକ, କୈଳାସ ଚନ୍ଦ୍ର ପଣ୍ଡା, ନାରାୟଣ ଚନ୍ଦ୍ର ପାଢ଼ୀ, ଅମ୍ବିକା ବଲ୍ଲଭ ସ୍ୱାଇଁ,ନାରୟଣ ଚନ୍ଦ୍ର ମିଶ୍ର ନବଶ୍ରୀ ଶୁଭ ସୂର୍ଯ୍ୟ ଓ ସନ୍ତୋଷ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ଦୀପ୍ତିରଞ୍ଜନ ନାୟକ, କାଳନ୍ଦି ବେହେରା, ସିଦ୍ଧାର୍ଥ ଶଙ୍କର ମିଶ୍ର, ରତିକାନ୍ତ ନାୟକ, ପଙ୍କଜ କୁମାର ଦାସ ଓ ସ୍ମୃତିରଞ୍ଜନ ଦୁବେଇ,ମାନସ ରଞ୍ଜନ ସାହୁ ନିର୍ମଳ ଚନ୍ଦ୍ର ଦାସ ଙ୍କ ସମେତ ବହୁ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଯୋଗଦେଇଥିଲେ ।