ଗ୍ୟାସ ବ୍ୟବହାର ସଚେତନତା

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ GN ଉଚ୍ଚ ବିଦ୍ୟାଳୟ ଦୁଇଟି ସ୍ଥାନରେ ଗ୍ୟାସ୍ ବ୍ୟବହାର ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ଗ୍ରାମପଞ୍ଚତ ସ୍ଥିତ ମାଁ ସୁନାମୁଖୀ ଇଣ୍ଡେନ ଗ୍ରାମୀଣ ବିତରକ ପକ୍ଷରୁ ଗ୍ୟାସ ବ୍ୟବହାର ନିମନ୍ତେ ସଚେତନତା ଶିବୀର ଅନୁଷ୍ଠିତ ହୋଇଅଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ ଶିବିରରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଯୋଗାଣ ଅଧିକାରୀ ଦିବ୍ୟଜ୍ୟୋତି ଭୋଇ , ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନବନ୍ଧୁ ନାଏକ, କ୍ରୀଡା ଶିକ୍ଷକ ଅମିୟ ରଞ୍ଜନ ମହାନ୍ତ , ଶିକ୍ଷୟିତ୍ରୀ ମଧୂସ୍ମିତା ବାରିକ, ପ୍ରଜ୍ଞା ସାଧନା ଦାସ, ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଗ୍ୟାସ୍ ର ବ୍ୟବହାର ବିଷୟରେ ବିଭିନ୍ନ ପରାମର୍ଶ ଦେଇଥିଲେ ।

ବିତରକ ରଘୁନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହିପରି “ଗୋପିନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ “ରେ ଅନୁଷ୍ଠିତ ଦ୍ବୀତିୟ ଶିବିରରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଯୋଗାଣ ଅଧିକାରୀ ଦିବ୍ୟଜ୍ୟୋତି ଭୋଇ , ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କେଦାରୀଣି ନାଏକ, ଶିକ୍ଷକ ରାଜବୀର ବିନ୍ଧାଣୀ , ଶିକ୍ଷୟିତ୍ରୀ ସସ୍ମିତା ସୋରେନ, ସ୍ନିଧା ମହାପାତ୍ର, ଅଲିଭା ପ୍ରଧାନ, ଗଣମାଧ୍ୟମ ପ୍ରତିନିଧି ଦଶରଥ ବାରିକ୍, କାମିନୀ କାନ୍ତ ଦ୍ବିବେଦୀ, ଚିରଞ୍ଜିବି ଦାଶ, ପ୍ରମୁଖ ଯୋଗ ଦେଇଥିଲେ। ସୁନାମୁଖି ଗ୍ରାମୀଣ ବିତରକର ତୁଷାରକାନ୍ତି ମହାନ୍ତ ଗ୍ୟାସ୍‌ର ବିଭିନ୍ନ ବ୍ୟବହାର ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଵା ବେଳେ” ରଘୁନାଥ ଦାଶ” ସଭାସଙ୍ଗ କରିଥିଲେ। ସୁନିଲ କୁମାର‌ ମହାନ୍ତ‌ , ଅନନ୍ତ ବରଡିଆ ଓ ବିଶ୍ବ ରଞ୍ଜନ ସେଠୀ(ବାପି) ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କେନ୍ଦୁଝରରୁ ଦିନବନ୍ଧୁ ମିଶ୍ରଙ୍କ ରିପୋର୍ଟ ।