ଥମୁନି ଖଣି ଚୋରୀ,ଚୋରା ମାଙ୍ଗାନିଜ ବୋଝେଇ ହାଇୱା ଜବତ; ୩ ଗିରଫ
ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଖଣି ବିଭାଗ କୁ ଡ଼କାଇ ମିଳିତ ଚଢାଉ…
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଚଂପୁଆ ରେଞ୍ଜ ବାମେବାରୀ ସେକ୍ସନର ବାମେବାରୀ- ସିଲଯୋଡା ରାସ୍ତାରେ ଏକ ଚୋରା ମାଙ୍ଗାନିଜ ବୋଝେଇ ହାଇୱା ଟ୍ରକକୁ ବନବିଭାଗ ଓ ଖଣି ମିଳିତ ଚଢ଼ାଉ କରି ଜବତ କରିବା ସହିତ ଏଥିରେ ସଂଯୁକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ବିଲ ଅଂଚଳର ଅମିତ ବରଜୋ ଓ ଜୋକର ଚାତାର, ସିଲଯୋଡା ଅଂଚଳର ମାଜୁରା ସିଦ୍ଧୁ। ଅଭିଯୁକ୍ତ ୩ ଜଣ ଙ୍କୁ ବାମେବାରୀ ଥାନାରେ ଦିଆଯାଇ ଥିବା ବାମେବାରୀ ଫରେଷ୍ଟର ବୁଲୁ ନାହାକ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସଂଧ୍ୟା ସମୟରେ ଟ୍ରକ ନଂ ଓଡି ୦୯ ପି୯୬୨୫ ସିଲଯୋଡା ଆଡୁ ମାଙ୍ଗାନିଜ ବୋଝେଇ କରି ବାମେବାରୀ ରାସ୍ତାରେ ଆସୁଥିବା ବେଳେ ବନବିଭାଗ ଜାଣିପାରି ଖଣି ବିଭାଗକୁ ଜଣାଇବା ପରେ ଖଣି ବିଭାଗ ଓ ବନବିଭାଗ ମିଳିତ ଭାବେ ଚଢାଉ କରି ଟ୍ରକ ଜବତ କରିବା ସହିତ ଅଭିଯକୁଙ୍କୁ ଧରିଥିଲେ। ଜବତ ଟ୍ରକରେ ପ୍ରାୟ ୩୦ ମେଟ୍ରିକ ଟନ ମାଙ୍ଗାନିଜ ବୋଝେଇ ହୋଇଥିଲା ଯାହାର ଅନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଚଢାଉରେ ବାମେବାରୀ ଫରେଷ୍ଟର ବୁଲୁ ନାହାକ, ଫରେଷ୍ଟ ଗାର୍ଡ ସୁବ୍ରତ ପାତ୍ର, ସରୋଜ ନାଏକ, ମିତ୍ରଭାନୁ ନାଏକ,ବନ ସ୍କ୍ଵାର୍ଡ ଙ୍କ ସମେତ ଯୋଡ଼ା ଖଣି ଉପନିର୍ଦ୍ଦେଶ ଳୟର ଖଣି କର୍ମଚାରୀ ସାମିଲ ଥିଲେ ।