ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା
୮୯ ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ,୧୨୮ ଟି ପ୍ରାଣୀ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ
୧୧,୮୫,୪୪୭ ପ୍ରାଣୀ ପ୍ରଭାବିତ, ୫୩୮୦ ପ୍ରାଣୀ ଚିକିତ୍ସିତ
ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବାତ୍ୟା ‘ଅକୱାନ୍’ ପ୍ରଭାବିତ ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ରାୟଗଡ଼ା ଜିଲ୍ଲାରେ ଜରୁରୀକାଳୀନ ସେବା ପାଇଁ ୮୯ ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୧୨୮ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଏହାର ପ୍ରଭାବରେ ୧୧,୮୫,୪୪୭ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ଏଥିରେ ୬୦୭୩୮୩ ଗାଈ ବଳଦ ବାଛୁରୀ ଏବଂ ୫୭୮୦୬୪ ଛେଳି ମେଣ୍ଢା ସାମିଲ ଅଛନ୍ତି। ମୋଟ ୯୬୨୨୭୧ କୁକୁଡ଼ା ପ୍ରଭାବିତ ହୋଇଛନ୍ତି। ୨୬ ଗାଈ ବଳଦ ବାଛୁରୀ, ୨୨ ଛେଳି ମେଣ୍ଢା ଏବଂ ୩୧୭ କୁକୁଡ଼ାଙ୍କର ଜୀବନ ହାନି ହୋଇଛି। ମୋଟ ୧୬୨୨୯୦ ଚାଷୀ ପ୍ରଭାବିତ ହୋଇଛନ୍ତି। ୧୩୦୧ ପ୍ରାଣୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇ ୨୩ ଟି ସ୍ଥାନରେ ଆଶ୍ରୟ ଦିଆଯାଇଛି। ଯେକୌଣସି ଆପାତକାଳୀନ ପରିସ୍ଥିତିରେ ସହାୟତା ପାଇଁ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟର କଣ୍ଟ୍ରୋଲ ରୁମ୍ ନମ୍ବର ୭୨୦୫୫୯୮୧୨୫ ରେ ଯୋଗାଯୋଗ କରିବାକୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।