ପାଟଣା ଅଗ୍ନିଶମ କେନ୍ଦ୍ରକୁ ମିଳିଲା ନୂତନ ଗାଡ଼ି

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ସ୍ଥିତ ପୁଟୁଳିଆଗ୍ରାମ ଠାରେ ଥିବା ଓଡ଼ିଶା ଅଗ୍ନିଶମ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ଅଗ୍ନିଶମ ଗାଡ଼ି ଯୋଗାଇ ଦିଆଯାଇଛି। ପୂର୍ବରୁ ଅଗ୍ନିଶମ କେନ୍ଦ୍ରରେ ଥିବା ପୁରୁଣା ଗାଡ଼ିଟି ଅଚଳ ହୋଇଯାଇଥିବାରୁ ଅଗ୍ନିକାଣ୍ଡ ଓ ଜରୁରୀକାଳୀନ ସେବା ଯୋଗାଇବାରେ ସମସ୍ୟା ଦେଖାଦେଉଥିଲା। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ପାଟଣା ଅଗ୍ନିଶମ କେନ୍ଦ୍ରକୁ ନୂତନ ଗାଡ଼ି ପ୍ରଦାନ କରାଯାଇଛି। ଆଜି ନୂତନ ଗାଡ଼ିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ‘ଅଖିଳ ଚନ୍ଦ୍ର ନାୟକ’ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାଡ଼ିର ଶୁଭାରମ୍ଭ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ‘ବୀଣାପାଣି ନାୟକ,’ପୂର୍ବ ତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ,ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ, ଏବଂ ଅନେକ ସରକାର ଙ୍କ ନେତୃମଣ୍ଡଳ, ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ DFO RKL ଶରତ ଚନ୍ଦ୍ର ମଲ୍ଲିକ, ଆସିଷ୍ଟାଣ୍ଟ ଫାୟାର ଅଫିସର କୃଷ୍ଣଚନ୍ଦ୍ର ସାମଲ, କେନ୍ଦ୍ରାଅଧିକାରୀ ଗୌର ମୋହନ ହେମ୍ବ୍ରମ, ମୁଖ୍ୟ ଆଗ୍ନୀକ ବିଜୟ ନାୟକ, DHAV ଜେ.ଏସ୍. ମହାନ୍ତ, FMD ସଞ୍ଜିତ କୁମାର ରାଜ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପୂଜକ ବିଶାରଦ ଦେବେନ୍ଦ୍ର ମିଶ୍ର (ଦେବ ନନା )ପୂଜା ଅର୍ଚନା କରିଥିଲେ । ନୂତନ ଅଗ୍ନିଶମ ଗାଡ଼ି ଯୋଗୁଁ ପାଟଣା ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଜରୁରୀକାଳୀନ ଘଟଣା ସମୟରେ ତ୍ୱରିତ ସେବା ଯୋଗାଇବାରେ ଅଗ୍ନିଶମ ବିଭାଗକୁ ସହାୟତା ମିଳିବ। ନୂତନ ଗାଡ଼ି ଯୋଗାଇ ଦେଇଥିବାରୁ ଅଞ୍ଚଳବାସୀ ଓଡ଼ିଶା ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।