ଗଂଜାମ ଜିଲ୍ଲା ଅଧ୍ୟାପକ ଦେବାଶିଷ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଗୌରବ ସମ୍ମାନ

ଗଂଜାମ/ପୋଲସରା(ସାକ୍‌ସୀ ନ୍ୟୁଜ୍‌): ସମ୍ବର୍ଦ୍ଧନା ପରିବାର,ଶରଣକୁଳ ନୟାଗଡ ଜିଲ୍ଲା ପକ୍ଷରୁ ସପ୍ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅବକାଶରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ, ଯୁବ ସାହିତ୍ୟିକ ତଥା ମଞ୍ଚ ଉପସ୍ଥାପକ ଦେବାଶିଷ ସ୍ୱାଇଁଙ୍କୁ ଯୁବ ପ୍ରତିଭା ଭାବରେ ବରେଣ୍ୟ ଅତିଥିଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ସ୍ୱାଇଁଙ୍କ ଶିକ୍ଷାଦାନ କ୍ଷେତ୍ରରେ ନିଷ୍ଠାପର ଅବଦାନ, ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁରାଗ, ଉପସ୍ଥାପନା କଳା ରେ ଅନନ୍ୟ ଦକ୍ଷତା ରହିଛି ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ସେବା ନିବୃତ୍ତ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଦୀନବନ୍ଧୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ|ବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି କବି କୁସୁମ ନିରାକାର ସ୍ୱାଇଁଙ୍କ ପୌରୋହିତ୍ୟରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ଗୋପୀନାଥ ଖାଡ଼ଙ୍ଗା, ମୁଖ୍ୟ ବକ୍ତା ଭାବରେ କଳିଙ୍ଗ ଡିଗ୍ରୀ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ ଜିଲ୍ଲାର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ନଳିନୀ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ସାଂସ୍କୃତିକ ସଭାପତି ତଥା ଶିକ୍ଷାବିତ୍ ରବୀନ୍ଦ୍ର କୁମାର ମହାପାତ୍ର,ଶିକ୍ଷାବିତ୍ ଲୁଣ୍ଡୁ ତ୍ରିପାଠୀ, ଉପସଭାପତି ତଥା ଶିକ୍ଷକ ରାଜେଶ କୁମାର ଷଢଙ୍ଗୀ ଉପସ୍ଥିତ ରହି ଶ୍ରୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଗୌରବ ସମ୍ମାନ ପ୍ରଦାନ କରିଥିଲେ ।

ପ୍ରକାଶ ଥାଉକି ଶ୍ରୀ ସ୍ୱାଇଁ ଏହା ପୂର୍ବରୁ କବିସୂର୍ଯ୍ୟ ପ୍ରତିଭା ସମ୍ମାନ -୨୦୨୫, ମାରଦା ମହୋତ୍ସବ ସଫଳ ସଂଯୋଜକ ସମ୍ମାନ -୨୦୨୬, ଲୋହାରଖଣ୍ଡି କବି ସମ୍ମାନ -୨୦୨୪, ଗୋପବନ୍ଧୁ ଶିକ୍ଷା ଗୌରବ ସମ୍ମାନ -୨୦୨୬, ଶ୍ରେଷ୍ଠ ଉପସ୍ଥାପକ ସମ୍ମାନ -୨୦୨୫, ଶିକ୍ଷା ପ୍ରଦୀପ ସମ୍ମାନ -୨୦୨୫ ଭଳି ସମ୍ମାନ ପ୍ରାପ୍ତ ହୋଇଛନ୍ତି। ବିଜ୍ଞାନ ବିଭାଗର ଅଧ୍ୟାପକ ହେଲେ ବି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ମମତ୍ୱ ବୋଧ ଥିବାରୁ ପିତା, ମାତା,ସମସ୍ତ ଗୁରୁ, ଗୁରୁଜନ,ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସାହିତ୍ୟିକ ବନ୍ଧୁ ଶ୍ରୀ ସ୍ୱାଇଁ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।