ଗଂଜାମ/ବ୍ରହ୍ମପୁର(ସାକ୍ସୀ ନ୍ୟୁଜ୍): ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ଆଇନ ସମ୍ବନ୍ଧୀୟ ଏକ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଦିୱାନା ବିଶ୍ୱାଳ (୩୪) ଓ ବ୍ରହ୍ମା ନାରାୟଣ ସାହୁ (୨୭)। ପୁଲିସ ସୂଚନା ଅନୁଯାୟୀ, ଗତ ୨୬.୧୧.୨୦୨୬ ତାରିଖରେ ଜୋଷଡ଼ା ନଗର ଅଞ୍ଚଳର ଜଣେ ବ୍ୟକ୍ତି ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ୨୪ ନଭେମ୍ବର ରାତି ପ୍ରାୟ ୯ଟା ସମୟରେ ସେ ନିଜ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତ ଏକ ମୋଟରସାଇକେଲରେ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡରେ ମାଉଜର ପିସ୍ତଲ ଲଗାଇ ହତ୍ୟା ଧମକ ଦେବା ସହ ମାଡ଼ ମାରିଥିଲେ। ଏଥିରେ ଅଭିଯୋଗକାରୀ ରକ୍ତାକ୍ତ ଆହତ ହୋଇଥିଲେ। ତାଙ୍କ ଭାଇ ଓ ସାଙ୍ଗମାନେ ଉଦ୍ଧାର କରିବାକୁ ଆସିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।