ହାଇୱାକୁ ପିଟିଲା ଯାତ୍ରୀବାହୀ ବସ୍

ବୌଦ୍ଧ(ଏସ୍ ନ୍ୟୁଜ): ବୌଦ୍ଧ ଜିଲା ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଗୁରୁବାର ଏକ ସଡକ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସକୁ ହାଇୱା ଧକ୍କା ଦେବା ଯୋଗୁଁ ୪ ଜଣ ଯାତ୍ରୀ ଆହତ ହେବା ସହ ଯାତ୍ରୀମାନେ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସଟି ମାଲକାନଗିରିରୁ ଭୁବନେଶ୍ୱରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି
ସୂଚନା ମୁତାବକ ଯାତ୍ରୀବାହୀ ବସଟି ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଚାରିଛକ ନିକଟରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସର ୪ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୪୦ଜଣ ଯାତ୍ରୀ। ଅନ୍ୟପଟେ ଘଟଣାସ୍ଥଳରୁ ହାଇୱା ଗାଡ଼ିଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣାସ୍ଥଳରେ ପୁରୁଣା କଟକ ଥାନା ପୁଲିସ ପହଞ୍ଚି ବସଟିକୁ ଥାନାକୁ ନେଇ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।