କନ୍ଧମାଳ,(ଏସ୍ ନ୍ୟୁଜ): ୨୦୨୦-୨୧ ବର୍ଷ ପାଇଁ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକରେ ୬ କୋଟି ଟଙ୍କାର ୧୬୨ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ଯୋଜନାରେ ୧୪୯ଟି ରାସ୍ତା, ୧୧ଟି ପାନୀୟ ଜଳ ଓ ୨ଟି ବିଦ୍ୟୁତ ପ୍ରକଳ୍ପର ବିକାଶ ହେବ । ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ୬ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରକଳ୍ପ ମଞ୍ଜୁରି ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।