ଭୁବନେଶ୍ୱର,(ଏସ୍ ନ୍ୟୁଜ): ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣରେ ଓଡିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶ ବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଓଡିଶା ବେଶ୍ ସଫଳତା ହାସଲ କରିଛି। ଟିକାକରଣରେ ପ୍ରଦର୍ଶନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ସାରା ଦେଶରେ ଲାକ୍ଷାଦ୍ୱୀପ ପ୍ରଥମ ସ୍ଥାନ ହାସଲ କରିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ହରିୟାଣା ୩ ନମ୍ବରରେ ରହିଛି ।