ନଭେମ୍ବର 11ରେ ନୂଆପଡ଼ା ଉପନିର୍ବାଚନ
ତାରିଖ ଘୋଷଣା କଲେ ନିର୍ବାଚନ କମିଶନ
ଏବେଠୁ ସଜବାଜ ହେଲେଣି ତିନି ଦଳ
ନୂଆପଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ପାଇଁ ହୋଇଛି ତାରିଖ ଘୋଷଣା । ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ନଭେମ୍ବର 11 ତାରିଖରେ ଏହି ଆସନ ପାଇଁ ହେବ ଭୋଟ ଗ୍ରହଣ । 14 ତାରିଖରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।
ରିପୋର୍ଟ ଅନୁସାରେ, ସୋମବାର ନୂଆଦିଲ୍ଲୀଠାରେ ନିର୍ବାଚନ ଆୟୁକ୍ତ କରିଥିଲେ ଗଣମାଧ୍ୟମ ସମ୍ମିଳନୀ । ଏଥିରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତାରିଖ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅକ୍ଟୋବରରେ 14ରେ ଭୋଟ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଦିନଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବ।
ସେହିପରି 20 ତାରିଖ ଯାଏ ନାମାଙ୍କନ ଦାଖଲ ଚାଲିବ। 22 ତାରିଖ ଦିନ ନାମାଙ୍କନ ଯାଞ୍ଚ କରାଯିବ। 24 ତାରିଖ ଭିତରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେବୋଲି କହିଛନ୍ତି କମିଶନ ।
ଆହୁରି ମଧ୍ୟ ଓଡ଼ିଶାର ନୂଆପଡ଼ା ସହ ଏହି ତାରିଖରେ ଦେଶର 8ଟି ବିଧାନସଭା ଆସନ ଲାଗି ହେବ ଭୋଟ । ଜମ୍ମୁ ଓ କଶ୍ମୀର, ମିଜୋରାମ, ପଞ୍ଜାବ, ତେଲେଙ୍ଗନା, ରାଜସ୍ଥାନ, ଝାଡଖଣ୍ଡର ଖାଲିପଡ଼ିଥିବା ବିଧାନସଭା ଆସନ ଲାଗି ଏକ ସଙ୍ଗେ ଭୋଟ ଗ୍ରହଣ ହେବ। ଏହିଦିନ ବିହାର ବିଧାନସଭା ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ବୋଲି ଜଣା ପଡ଼ିଛି ।
ତେବେ ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ 8 ସେପ୍ଟେମ୍ବରରେ ମୃତ୍ୟୁ ହୋଇଥିଲା । ଏବେଠୁ ହଏହି ଆସନ ଖାଲି ପଡ଼ିଛି। ଅନ୍ୟଦିଗରେ ଉପନିର୍ବାଚନ ପାଇଁ ସବୁ ଦଳ ନିଜର ଜୋର୍ ଲଗାଇଦେଇଛନ୍ତି