ରୁଷର ୧୨ ହଜାର ସୈନିକ ମାରିଛୁ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଯୁଦ୍ଧ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ରୁଷର ଏହି ଆକ୍ରମଣ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚ଼ିଛି । ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଏହି ଯୁଦ୍ଧରେ ରୁଷର ୧୨ ହଜାର ସୈନ୍ୟକଙ୍କୁ ନିପାତ କରିଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଦାବି କରିଛି । ଏଥିସହିତ ୮୦ ଲଢୁଆ ହେଲିକପ୍ଟର ଓ ୩୦୩ ଟ୍ୟାଙ୍କ ଧ୍ୱଂସ କରିଥିବା ନେଇ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ରୁଷ ଆକ୍ରମଣରେ ସୁମୀରେ ୨ ଶିଶୁଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।